ଗୁରୁବାର ଦିନ ଘୋଷଣା ହେବ ଜାତୀୟ ସିନେ ପୁରସ୍କାର । ଜାଣନ୍ତୁ ବିଜେତାଙ୍କୁ କଣ କଣ ମିଳିଥାଏ ?

203

କନକ ବ୍ୟୁରୋ : ବଲିଉଡ କଳାକାରଙ୍କ ପାଇଁ ଆଜିର ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ । ଆଜି ଅର୍ଥାତ ୨୦୨୩ ଅଗଷ୍ଟ ୨୪ ତାରିଖରେ ୬୯ ତମ ଜାତୀୟ ସିନେ ପୁରସ୍କାର ଘୋଷଣା କରାଯିବ । ଏହି କ୍ରମରେ ସମସ୍ତ ଚଳଚିତ୍ର ପ୍ରେମୀ ଉତ୍ସୁକତାର ସହ ଜାଣିବା ପାଇଁ ଅପେକ୍ଷା କରିଛନ୍ତି କି ବଲିଉଡର କେଉଁ କେଉଁ କଳାକାରଙ୍କ ନାମ ଏଥିରେ ସ୍ଥାନ ପାଇଛି । ଏହାସହ ଲୋକମାନେ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି କି ଏହି ପୁରସ୍କାର ପାଉଥିବା କଳାକାରମାନଙ୍କୁ ମାନପତ୍ର ସହ ଆଉ କଣ କଣ ମିଳିଥାଏ ।

ଜାତୀୟ ସିନେ ପୁରସ୍କାର ଜିତିଥିବା କଳାକାରଙ୍କୁ ଭିନ୍ନ ଭିନ୍ନ କାଟାଗୋରୀରେ ବିଭକ୍ତ କରାଯାଇଥାଏ । ଏହି ହିସାବରେ ସେମାନଙ୍କୁ ସେମାନଙ୍କୁ ପରସ୍କାର ପ୍ରଦାନ କରାଯାଇଥାଏ । ପ୍ରଥମ ପୁରସ୍କାର ସ୍ୱର୍ଣ୍ଣ କମଳ, ଦ୍ୱିତୀୟ ପୁରସ୍କାର ରୌପ୍ୟ କମଳ । ଏବେ ଆସନ୍ତୁ ଜାଣିବା କେଉଁ କାଟାଗୋରୀର ପୁରସ୍କାର ପାଇଁ କେତେ ଟଙ୍କା ପୁରସ୍କାର ରାଶି ମିଳିଥାଏ ।

ସ୍ୱର୍ଣ୍ଣ କମଳ କାଟାଗୋରୀରେ ସର୍ବଶ୍ରେଷ୍ଟ ଫିଚର ଫିଲ୍ମକୁ ୨.୫୦ ଲକ୍ଷ ଟଙ୍କା ମିଳିଥାଏ । ସେହିଭଳି ଇନ୍ଦିରା ଗାନ୍ଧୀ ପୁରସ୍କାର ପାଉଥିବା ବ୍ୟକ୍ତିଙ୍କୁ ୧.୨୫ ଲକ୍ଷ ଟଙ୍କା ମିଳିଥାଏ । ସର୍ବଶ୍ରେଷ୍ଠ ଶିଶୁ ଚଳଚିତ୍ରକୁ ୧.୫୦ ଲକ୍ଷ ଟଙ୍କା, ଦାଦା ସାହେବ ଫାଲକେ ପୁରସ୍କାର ଜିତିଥିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

ରୌପ୍ୟ କମଳ କାଟାଗୋରୀରେ ନର୍ଗିସ ଦତ୍ତ ପୁରସ୍କାର ପାଇଁ ୧.୫୦ ଲକ୍ଷ ଟଙ୍କା, ସମାଜିକ ପ୍ରସଙ୍ଗ ଉପରେ ନିର୍ମାଣ ହୋଇଥିବା ସର୍ବଶ୍ରେଷ୍ଠ ଚଳଚିତ୍ରକୁ ୧.୫ ଲକ୍ଷ ଟଙ୍କା, ସର୍ବଶ୍ରେଷ୍ଟ ଆସାମୀୟ ସିନେମା ପାଇଁ ୧.୫୦ ଲକ୍ଷ ଟଙ୍କା ମିଳିଥାଏ । ସେହିଭଳି ଶ୍ରେଷ୍ଠ ସିନେମା ପାଇଁ ୧ଲକ୍ଷ ଟଙ୍କା , ସର୍ବଶ୍ରେଷ୍ଠ କଳାକାରଙ୍କୁ ୫୦ ହଜାର ଟଙ୍କା ମିଳିଥାଏ ।

ଜାତୀୟ ସିନେ ପୁରସ୍କାରର ଆୟୋଜନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଆୟୋଜନ କରାଯାଇଥାଏ । ଏହାର ସମ୍ପୂର୍ଣ୍ଣ କାର୍ଯ୍ୟ ଡାଇରେକ୍ଟେଟ୍ ଅଫ୍ ଫିଲ୍ମ ଫେଷ୍ଟିଭାଲ ଦ୍ୱାରା କରାଯାଇଥାଏ ।