ସମ୍ବିଧାନର ପ୍ରଥମ ଧାରା; ଇଣ୍ଡିଆ କି ଭାରତ, କେଉଁ ନାମ ହେବ ଦେଶର ଚେହେରା?

172

କନକ ବ୍ୟୁରୋ : ଏବେ ଦେଶର ଦୁଇ ନା କୁ ନେଇ ଆରମ୍ଭ ହୋଇଛି ବିବାଦ । ଭାରତ ନାଟି ଆମ ଦେଶର ପରମ୍ପରାକୁ ଦର୍ଶାଉଥିବା ବେଳେ ଇଣ୍ଡିଆ ନାରେ ଆମ ଆମକୁ ଦେଶ ବିଦେଶ ଜାଣନ୍ତି । ଏତେ ଦିନ ଧରି ଦୁଇଟି ନା ରେ ଦେଶ ଚାଲୁଥିବା ବେଳେ ଏବେ କେଉଁ ନା ଟିକୁ ପ୍ରାଧାନ୍ୟ ଦିଆଯିବ ଏ ନେଇ ସରଗରମ ରାଜନୀତି ।

ରାଷ୍ଟ୍ରପତିଙ୍କ ତରଫରୁ ଜି ୨୦ ସମ୍ମୀଳନି ଅବସରରେ ଆୟୋଜନ କରା ଯାଇଥିବା ରାତ୍ରି ଭୋଜିର ନିମନ୍ତ୍ରଣକୁ ନେଇ ଏବେ ରାଜନୀତିକ ଆକାଶରେ ଦିନ ରାତି ଏକ ହୋଇଯାଇଛି । ଉଭୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଏହାକୁ ନେଇ କଥା କଟାକଟି ଆରମ୍ଭ ହୋଇଛି । ଏନଡିଏ ମେଣ୍ଟ ସରକାରଙ୍କର ଏଭଳି ପଦକ୍ଷେପକୁ ସ୍ୱାଗତ କରୁଥିବା ବେଳେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ କିନ୍ତୁ ଏହାକୁ ନିର୍ବାଚନୀ ରାଜନୀତି ବୋଲି ଆକ୍ଷେପ କରିଛି ।

ପୂର୍ବରୁ ନିମନ୍ତ୍ରଣ ପତ୍ରରେ ସାଧାରଣରତଃ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବୋଲି ଲେଖାଯାଉଥିଲା । ହେଲେ ଜି-୨୦ ପାଇଁ ରାଷ୍ଟ୍ରପତିଙ୍କ ତରଫରୁ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଭାରତ ବୋଲି ଲେଖାଯିବାକୁ ନେଇ ବିରୋଧୀ ମେଣ୍ଟ ବିରୋଧ କରିଛି । କିଛି ଏହାକୁ ଚିରାଚରିତ ଭାରତୀୟ ସାମ୍ବିଧାନିକ ଢାଞ୍ଚା ପ୍ରତି ଅବମାନନା ବୋଲି କହୁଥିବା ବେଳେ ଆଉ କିଛି ଆସୁଥିବା ବିଶେଷ ସଂସଦୀୟ ଅଧିବେସନରେ ମୋଦି ସରକାର ଇଣ୍ଡିଆ ନାମଟିକୁ ଉଠାଇ ଦେଇ କେବଳ ଭାରତ ରଖିବାକୁ ଯୋଜନା ଚାଲିଛି ବୋଲି ଆଶଙ୍କା କରୁଛନ୍ତି । ଭାରତର ସମୃଦ୍ଧ ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ବ୍ରିଟିଶ ଠାରୁ ମିଳିଥିବା ଅନେକ ନାମ ସବୁ ମୋଦୀ ସରକାର ପରିବର୍ତନ କରୁଛନ୍ତି ଏଣୁ ଇଣ୍ଡିଆ ନାମକୁ ମଧ୍ୟ ପରିବର୍ତନ କରି ପାରନ୍ତି ବୋଲି ଆଶଂକା କରାଯାଉଛି ।

ସମ୍ବିଧାନର ଧାରା ଏକ ଓ ଏହାର ଆଭିମୁଖ୍ୟ
ମୁଖବନ୍ଧ ପରେ ସମ୍ବିଧାନ ପଢିବା ଆରମ୍ଭ କଲେ ପ୍ରଥମେ ଦେଶର ନା ବିଷୟ ରେ ବ୍ୟାଖ୍ୟା ମିଳିବ । ତେବେ ସମ୍ବିଧାନର ପ୍ରଥମ ଧାରା କହୁଛି ଇଣ୍ଡିଆ ଯାହା କି ଭାରତ ହେଉଛି ରାଷ୍ଟ୍ର ମାନଙ୍କ ସଂଘ । ଭାରତ ଓ ଇଣ୍ଡିଆ ଉଭୟ ନାମକୁ ଭାରତୀୟ ସମ୍ବିଧାନ ସ୍ୱୀକୃତି ଦେଉଛି । ଧାରା ଅନୁଯାୟୀ ରାଷ୍ଟ୍ର ମାନେ ମିଳିତ ଭାବେ ଭାରତ ଦେଶର ସୃଷ୍ଟି କରିଛନ୍ତି । ଯାହାର ଅଖଣ୍ଡତା ତଥା ସାର୍ବଭୌମତ୍ୱ ସବୁବେଳେ ବଜାୟ ରଖାଯିବ । ୟୁନିଅନ୍ ଅଫ୍ ଷ୍ଟେଟସ୍ ମାନେ ଭାରତ କେବଳ ଏକ ଐକିକ ରାଷ୍ଟ୍ର ନୁହେଁ ଏହା ହୋଉଛି ରାଷ୍ଟ୍ର ମାନଙ୍କର ସମୁହ କିନ୍ତୁ ରାଷ୍ଟ୍ର ମାନେ ଏହି ଚୁକ୍ତିରୁ ଓହରି ପାରିବେ ନାହିଁ । ହେଲେ କେନ୍ଦ୍ର ହାତରେ ଶକ୍ତି ଥିଲେ ମଧ୍ୟ ରାଜ୍ୟ ମାନଙ୍କର ନିଜର କିଛିଟା ସ୍ୱାଧୀନତା ରହିଛି ।

ନାମକରଣର ଇତିହାସ
ଦେଶର ନାମ ଧାର୍ଯ୍ୟ କରିବା ପାଇଁ ପ୍ରଥମେ ୧୮ ନଭେମ୍ବର ୧୯୪୮ ରେ ବୈଠକ କରାଯାଇଥିଲା, ସେଇ ସମୟରେ ବି ଉଭୟ ନାମକୁ ନେଇ ଖୁବ୍ ଆଲୋଚନା ହୋଇଥିଲା । ତେଣୁ ଗୋବିନ୍ଦ ପନ୍ଥଙ୍କ ପରାମର୍ଶ କ୍ରମେ ଏ ଆଲୋଚନାକୁ ଘୁଞ୍ଚାଇ ଦିଆଯାଇଥିଲା । ପୁଣିି ୧୯୪୯ ମସିହା ସେପ୍ଟେ୍ଟମ୍ବର ୧୭ ତାରିଖ ଦିିନ ଆମ୍ବେଦକରଙ୍କର ଡ୍ରାଫ୍ଟିଂ କମିଟି ସାମ୍ନାରେ ଏ ପ୍ରସ୍ତାବ ରଖିଥିଲେ । ଡ୍ରାଫ୍ଟିଂ କମିଟି ର ଅନେକ ସଦସ୍ୟ ଭାରତ ସପକ୍ଷରେ ଥିବା ବେଳେ କିଛି ସଦସ୍ୟ ଇଣ୍ଡିଆ ରଖିବା ଠିକ ବୋଲି ମତ ରଖିଥିଲେ । ଭାରତ ନାମଟି ସଂସ୍କୃତ ତଥା ପୌରାଣିକ ମହାଭାରତରୁ ଅଣାଯାଇଥିବା ବେଳେ ଇଣ୍ଡିଆଟି ବ୍ରିଟିଶ୍ ଦେଇଥିବା ନାମ । ଇଣ୍ଡିଆ ନାମ ବିପକ୍ଷରେ ଥିବା ଲୋକ ମାନେ ଏ ନାମଟି ବ୍ରିଟିଶ୍ ଉପନିବେଶବାଦର ଅବଦାନ ବୋଲି ରଖିବାକୁ ରାଜି ନଥିଲେ । ହେଲେ ଇଣ୍ଡିଆ ନାମଟିରେ ଆମ ଦେଶ ଆଗରୁ ପରିଚିତ ଏବଂ କମିଟିର ଅନେକ ସଦସ୍ୟ ଏହାକୁ ରଖିବା ସପକ୍ଷରେ ଥିଲେ ଏଣୁ ଶେଷରେ ଉଭୟ ନାମକୁ ରଖାଯାଇଥିଲା ଓ କମିଟି ଏହାକୁ ଗ୍ରହଣ କରିଥିଲା । ଆଗରୁ ମଧ୍ୟ ଏ ଦୁଇ ନାମକୁ ନେଇ ଚର୍ଚା ଓ ଆଲୋଚନା ହୋଇଥିଲା । ହେଲେ ଜି୨୦ ବୈଠକର ଅତିଥୀମାନଙ୍କୁ ରାଷ୍ଟ୍ରପତି ଯେଉଁ ନିମନ୍ତ୍ରଣ ପତ୍ର ପଠାଇଲେ ତାହା ଉପରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବା ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।