ନବୀନ ନିବାସରେ ପରାଜୟର ଚାଲିଛି ସମୀକ୍ଷା: ନେତାଙ୍କ ସହ ଆଲୋଚନା କଲେ ଦଳର ସଭାପତି, କମିଟି ଗଠନ କରିବ ଦଳ

567

କନକ ବ୍ୟୁରୋ: ନବୀନ ନିବାସରେ ବସିଛି ବିଜେଡିର ସମୀକ୍ଷା ବୈଠକ । ପରାଜୟର କାରଣ ଖୋଜିବାକୁ ବିଜେଡି କମିଟି ଗଠନ କରିବ । କମିଟି ରିପୋର୍ଟ ଦେବା ପରେ ଆଲୋଚନା ହେବ । ନବୀନ ପଟ୍ଟନାୟକ ଦଳର ନେତା ଥିଲେ ଆଉ ଏବେ ବି ସେ ନେତା ରହିବେ ବୋଲି ବୈଠକ ପରେ କହିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଛନ୍ତି ଦଳ ସଭାପତିଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢୁଥିଲା । ତେଣୁ କୌଣସି ବ୍ୟକ୍ତିବିଶେଷଙ୍କୁ ଦାୟୀ କରାଯାଇପାରିବ ନାହିଁ । ପରାଜୟରେ ହତୋତ୍ସାହିତ ନ ହୋଇ ପୂର୍ବଭଳି ଦଳୀୟ ସଙ୍ଗଠନକୁ ଆଗକୁ ବଢାଇବାକୁ ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସହ କିଭଳି ଅଧିକରୁ ଅଧିକ ଯୋଡି ହେବ ସେ ନେଇ ରଣନୀତି ପ୍ରସ୍ତୁତ କରିବାକୁ ନବୀନ କହିଛନ୍ତି ।