ଦିଲ୍ଲୀ ଜଳସଙ୍କଟକୁ ନେଇ ସୁପ୍ରିମ ଫଇସଲା: ୧୩୭ କ୍ୟୁସେକ ପାଣି ଛାଡିବାକୁ ହିମାଚଳକୁ କୋର୍ଟଙ୍କ ନିର୍ଦ୍ଦେଶ

88

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଜଳ ସଂକଟ ଦୂର କରିବା ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ । ହିମାଚଳ ପ୍ରଦେଶ ଓ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଦିଲ୍ଲୀକୁ ୧୩୭ କ୍ୟୁସେକ୍ ଅତିରିକ୍ତ ଜଳ ମୁକ୍ତ କରିବାକୁ ହିମାଚଳ ପ୍ରଦେଶକୁ କହିଛନ୍ତି କୋର୍ଟ । ଏହାସହ ନିରବିଚ୍ଛିନ୍ନ ଜଳ ଯୋଗାଣ ପାଇଁ ହରିୟାଣାକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ପାଣିକୁ ନେଇ କୌଣସି ରାଜନୀତି ହେବା ଠିକ୍ ନୁହଁ । ଦିଲ୍ଲୀରେ ପ୍ରବଳ ଗରମ ଲାଗି ରହିଥିବା ବେଳେ ଏବେ ଘୋର ଜଳ ସଂକଟ ଦେଖାଦେଇଛି । ଏନେଇ ହରିୟାଣା, ହିମାଚଳ ପ୍ରଦେଶ ଏବଂ ଉତରପ୍ରଦେଶରୁ ଅତିରିକ୍ତ ଜଳ ଯୋଗଣା ପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ପାଖରେ ଆବେଦନ କରିଥିଲେ । କୋର୍ଟ ଏହା ଉପରେ ଶୁଣାଣି କରି ଉଭୟ ହିମାଚଳ ପ୍ରଦେଶ ଓ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।