ନବୀନଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି ପାଣ୍ଡିଆନ୍ । ସ୍ପଷ୍ଟୋକ୍ତି ରଖିଲେ ଦଳର ସାଂସଦ ସସ୍ମିତ ପାତ୍ର….

5,433

କନକ ବ୍ୟୁରୋ: ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ ନେଇ ସ୍ପଷ୍ଟୋକ୍ତି ରଖିଲେ ଦଳର ସାଂସଦ ସସ୍ମିତ ପାତ୍ର । ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ସସ୍ମିତ କହିଛନ୍ତି ଯେ, କୌଣସି କାମ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କାର୍ତ୍ତିକ ପାଣ୍ଡିଆନ୍ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେବେ କେତେକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅରୁଚିକର, ତଥ୍ୟ ବିହୀନ, ମନ୍ଦ ଉଦ୍ଦେଶ୍ୟ ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି ବୋଲି ସେ କହିଛନ୍ତି । ଏଥିସହିତ ଏଭଳି ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ନିର୍ବାଚନ ରେଜଲ୍ଟ ପରେ ପାଣ୍ଡିଆନ୍ ଦିଲ୍ଲୀ ଚାଲିଯାଇଥିବା କଥା ଚର୍ଚ୍ଚା ହେଉଥିଲା, ଏମିତି କି ତାଙ୍କର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯାହାପରେ ନିଜେ ବିଜେଡି ସାଂସଦ ସାମ୍ନାକୁ ଆସିବା ସହିତ ଏହି ଘଟଣାରେ ସ୍ପଷ୍ଟୋକ୍ତି ରଖିଛନ୍ତି ।