କଙ୍ଗନା ରଣାୱତଙ୍କୁ ଚାପୁଡା ମାରିଲେ ଯବାନ । ବିମାନବନ୍ଦରରୁ ଦିଲ୍ଲୀ ଯିବା ସମୟରେ କଙ୍ଗନାଙ୍କୁ ମାରିଲେ ଚାପୁଡା ।

7,543

କନକ ବ୍ୟୁରୋ: ବିଜେପିର ନବ ନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଚାପୁଡା । ଗୁରୁବାର ଚଣ୍ଡୀଗଡ ଏୟାରପୋର୍ଟରେ ଦିଲ୍ଲୀ ଯିବା ସମୟରେ ଜଣେ ସିଆଇଏସଏଫ୍ ଯବାନ କଙ୍ଗନାଙ୍କୁ ଚାପୁଡା ମାରିଛନ୍ତି । କଙ୍ଗନାଙ୍କୁ ଚାପୁଡା ମାରିବା ପରେ ଉକ୍ତ ସିଆଇଏସଏଫ୍ ଯବାନଙ୍କୁ ହେପାଜତକୁ ନିଆଯାଇଛି । ତେବେ କଙ୍ଗନାଙ୍କ ଅଭିଯୋଗ ମୁତାବକ, ସେ ଦିଲ୍ଲୀ ଯିବା ପାଇଁ ଚେକିଂ କରିବା ସହ ବୋଡିଂ ପାଇଁ ଯାଉଥିଲେ । ଏହି ସମୟରେ କୁଲବିନ୍ଦର କୌର ନାମକ ଜଣେ ସିଆଇଏସଏଫ୍ ଯବାନ ତାଙ୍କୁ ଚାପୁଡା ମାରିଥିଲେ । ଏହାପରେ କଙ୍ଗନାଙ୍କ ସହ ଥିବା ଜଣେ ବ୍ୟକ୍ତି ମଧ୍ୟ ଉକ୍ତ ଯବାନଙ୍କୁ ଚାପୁଡା ମାରିବାକୁ ଚେଷ୍ଟା କରିଥିଲେ । ହେଲେ ସେହି ସମୟରେ ଯବାନ ଜଣଙ୍କୁ ହେଜାପତକୁ ନିଆଯାଇଥିଲା ।