ମୋଦୀ, ଅମିତ ଶାହାଙ୍କ ଉପରେ ରାହୁଲଙ୍କ ସଙ୍ଗୀନ ଅଭିଯୋଗ: ନିର୍ବାଚନ ଫଳାଫଳ ଦିନ ସେୟାର ବଜାରରେ ୩୧ ଲକ୍ଷ କୋଟି କ୍ଷତି ପାଇଁ ଉଭୟଙ୍କୁ ଦାୟୀ କଲେ କଂଗ୍ରେସ ନେତା

157

କନକ ବ୍ୟୁରୋ: ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଜେପି ଉପରେ ସାଂଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଫଳାଫଳ ପ୍ରକାଶ ଦିନ ସେୟାର ବଜାରରେ ଯେଉଁ ୩୧ଲକ୍ଷ କୋଟିର କ୍ଷତି ହୋଇଛି ତାକୁ ଏକ ସ୍କାମ ବୋଲି କହିଛନ୍ତି ରାହୁଲ । ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ଓ କହିଛନ୍ତି ନିବେଶକଙ୍କୁ ଭୁଆଁ ବୁଲାଇ ମୋଦୀ, ଶାହା ଓ ସୀତାରମଣ କୋଟି କୋଟି ଟଙ୍କାର ସ୍କାମ କରିଛନ୍ତି । ମିଛ ଏଗଜିଟ ପୋଲ ପ୍ରକାଶ କରି ନିବେଶକଙ୍କୁ କୋଟି କୋଟି ଟଙ୍କା ନିବେଶ କରାଇବାକୁ ପରାମର୍ଶ ଦେଇଥିଲେ । ରାହୁଲ କହିଛନ୍ତି ବିଜେପି ପାଖରେ ଖବର ଥିଲା ଦଳକୁ କମ ଆସନ ମିଳିବ ତଥାପି ଏଗଜିଟ ପୋଲରେ ଅଧିକ ଆସନ ପାଉଥିବା ମିଛ ଖବର ପ୍ରଚାର କରି ନିବେଶ କରିବାକୁ ପ୍ରଲୋଭିତ କରିଥିଲେ । ଫଳାଫଳରେ ଦଳ ଯେବେ ଆଶାଠୁ କମ ଆସନ ପାଇଥିଲା ସେୟାରମାର୍କେଟ ଭୁଷୁଡିପଡିଥିଲା ଓ ୩୧ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଢିଥିଲା । ପୂରା ଘଟଣା ପଛରେ ବିଜେପିର ସୁପରିକଳ୍ପତି ଯୋଜନା ଥିବା କହି ତଦନ୍ତ ଦାବି କରିଛନ୍ତି ।