ମହାନଦୀ ପ୍ରସଙ୍ଗରେ ରମଣ ସିଂହଙ୍କୁ ଟାର୍ଗେଟ କଲେ ନବୀନ ! କହିଲେ, କେନ୍ଦ୍ର ସହାୟତାରେ ଛତିଶଗଡ ବେଆଇନ କାମ କରୁଛି

27

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରମଣ ସିଂହ ମହାନଦୀ ପ୍ରସଙ୍ଗରେ ମିଥ୍ୟା ତଥ୍ୟ ଦେବା ସହ କେନ୍ଦ୍ର ସହାୟତାରେ ଛତିଶଗଡ ବେଆଇନ କାମ କରୁଥିବା କହିଛନ୍ତି ନବୀନ । ତେବେ ଏହା  ଓଡ଼ିଶାକୁ କ୍ଷତି ପହଂଚାଇବ ଏବଂ ନିର୍ବାଚନୀ ପ୍ରଚାର ସମୟରେ ରମଣ ସିଂହ ଓଡ଼ିଶା ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି କହିଛନ୍ତି ନବୀନ  । ମହାନଦୀ ପାଇଁ କୌଣସି ରାଜନୈତିକ ଲଢେଇ ନୁହେଁ ବରଂ ଏହା ସାଢେ ୪କୋଟି ଓଡ଼ିଆଙ୍କ ହକର ଲଢେଇ ବୋଲି କହିଛନ୍ତି  ।