ନଗରପାଳଙ୍କୁ ଦୁର୍ବ୍ୟବହାର ପ୍ରତିବାଦ : ନବରଙ୍ଗପୁରରେ ୧୨ଘଣ୍ଟିଆ ବନ୍ଦ ପାଳନ

97

କନକ ବ୍ୟୁରୋ : ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ । ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରି ପ୍ରତିବାଦରେ ନବରଙ୍ଗପୁର ମ୍ୟୁନିସିପାଲଟି ଅଞ୍ଚଳ ତଥା ନବରଙ୍ଗପୁର ସହରରେ ଜିଲ୍ଲା ବିଜେପି ବନ୍ଦ ପାଳନ କରୁଛି । ସକାଳ୬ ରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ସମୟରେ ନବରଙ୍ଗପୁର ସହରର ବିଭିନ୍ନ ସ୍ଥାନ ଓ ଛକ ନିକଟରେ ଜିଲ୍ଲା ବିଜେପିର କର୍ଯ୍ୟକର୍ତ୍ତା ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ସହର ଭିତର ଦେଇ ଯାତାୟାତ ବାଧା ପ୍ରାପ୍ତ ହୋଇଛି ।

ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି । ଏହାସହ ସହର ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦ ପାଳନ ସମୟ ରେ ଜରୁରୀ ସେବାକୁ ବାଦ ଦିଆଯାଇଛି । ଗତ ୧ ତାରିଖ ନବ ବର୍ଷ ଦିନ ହକି ବିଶ୍ୱକପ ଟ୍ରଫିର ସ୍ୱାଗତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶ ନବରଙ୍ଗପୁର ନଗରପାଳଙ୍କୁ ହୁ ଆର ୟୁ ଏବଂ ତୁମେ ପ୍ରଟୋକଲ ଜାଣି ନାହଁକି ବୋଲି କହି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଯାହାର ପ୍ରତିବାଦ ରେ ଗତକାଲି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାମାନେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମୁଖ୍ୟ ଫାଟକ ତାଲା ଦେଇ ଫାଟକ ସମ୍ମୁଖ ରେ ଧାରଣା ଦେଇଥିଲେ । ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଆସି ନଗରପାଳ ଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଥିଲେ ।

ପରବର୍ତ୍ତୀ ମୁହୂର୍ତ୍ତରେ କାର୍ଯ୍ୟାଳୟ ସମ୍ମୁଖ ରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ପୋଲିସ ରାସ୍ତା ଅବରୋଧ କାରୀ ବିଜେପି କାର୍ଯ୍ୟକର୍ତା ଙ୍କୁ ଉଠାଇ ନେଇଥିଲା ପୋଲିସ । ଆଜି ପ୍ରତିବାଦ ରେ ଆଜି ନବରଙ୍ଗପୁର ମୁନୁସିପାଲିଟି ଅଞ୍ଚଳ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ଏବଂ ଜଣେ ଆଇଏସ ଅଧିକାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କୁ ଏଭଳି ଆଚରଣ ପ୍ରଦର୍ଶନ କରିବା ଗଣତନ୍ତ୍ର ପାଇଁ ଶୋଭନିୟ ନୁହଁ ଏବଂ ଅଧିକାରୀ ଜଣଙ୍କ ନିସର୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି ।