ମୁଲାୟମ ଯାଦବଙ୍କ ଜୀବନଯାତ୍ରା: କେମିତି କୁସ୍ତି ଯୋଦ୍ଧାରୁ ହେଲେ ମୁଖ୍ୟମନ୍ତ୍ରୀ

93

କନକ ବ୍ୟୁରୋ: ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତରେ ଭାରତୀୟ ରାଜନୀତିରେ ଏକ ଯୁଗର ଅବସାନ ହୋଇଛି । ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା । ଉତରପ୍ରଦେଶରେ ୩ଥର ମୁଖ୍ୟମନ୍ତ୍ରୀ ଥିଲେ ମୁଲାୟମ ।

ପରଲୋକରେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବ । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କ ପରଲୋକ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଗଷ୍ଟ ୨୨ ତାରିଖରେ ହସ୍ପିଟାଲରେ ଆଡମିଟ ହୋଇଥିଲେ ମୁଲାୟମ । ଅକ୍ଟୋବର ୧ ତାରିଖରେ ସ୍ୱାସ୍ଥ୍ୟରେ ଅବନତି ପାଇଁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ମୁଲାୟମଙ୍କ ନିଧନରେ ରାଜନୀତି ଦୁନିଆର ବହୁ ବରିଷ୍ଠ ନେତାମାନେ ଶୋକ ପ୍ରକାଶ କରିଛନ୍ତି । ସେପଟେ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜନସଭାକୁ ସମ୍ବୋଧିତ କରିବା ସମୟରେ ମୁଲାୟମଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ତାଙ୍କର କିଛି ଖାସ କଥା ମନେପକାଇଥିଲେ ।

ମୁଲାୟମଙ୍କ ଜୀବନଯାତ୍ରା, କୁସ୍ତି ଯୋଦ୍ଧାରୁ ମୁଖ୍ୟମନ୍ତ୍ରୀ:
• ଉତରପ୍ରଦେଶ ସୈଫାଇରେ ଜନ୍ମ ଗ୍ରହଣ କରିଥିଲେ ମୁଲାୟମ ସିଂ ଯାଦବ
• ୧୯୩୯ ମସିହା ନଭେମ୍ବର ୨୨ରେ ତାଙ୍କର ଜନ୍ମ
• ମୁଲାୟମ ପ୍ରଥମେ କୁସ୍ତି ଯୋଦ୍ଧାରୁ ଶିକ୍ଷକ, ନେତା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
• ଉତରପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ
• ୧୦ଥର ବିଧାୟକ, ୭ଥର ସାଂସଦ ଓ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ
• ୧୯୬୭ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
• ୨୦୦୭ରୁ ୨୦୦୯ ଯାଏଁ ବିରୋଧୀଦଳ ନେତା ଥିଲେ ମୁଲାୟମ

ମୁଲାୟମଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଣ କରିଛନ୍ତି । ଉତରପ୍ରଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମଙ୍ଗଳବାର ତାଙ୍କର ପୈତୃକଗ୍ରାମରେ ହେବ ଅନ୍ତିମ ସଂସ୍କାର ।