ଖାନ-ଅମ୍ବାନୀ ଯୁଗଳବନ୍ଦୀ : ଆମିରଙ୍କ ଡ୍ରିମ ପ୍ରୋଜେକ୍ଟରେ ସହ-ପ୍ରଯୋଜକ ରହିବେ ମୁକେଶ ଅମ୍ବାନୀ, ପ୍ରସ୍ତୁତ ହେବ ୧୦୦୦ କୋଟିର ଫିଲ୍ମ

51

ହିନ୍ଦୁ ପୌରାଣିକ ସିନେମା ମହାଭାରତକୁ ପ୍ରସ୍ତୁତ କରି ବଲିଉଡକୁ ନୂତନ ଦିଗଦର୍ଶନ ଦେବା ଥିଲା ଆମିର ଖାନଙ୍କ ଲକ୍ଷ୍ୟ । ପୁର୍ବରୁ ସେ ବହୁ ସମୟରେ ବିଭିନ୍ନ ସାକ୍ଷାତକାରରେ ନିଜ ଡ୍ରିମ ପ୍ରୋଜେକ୍ଟର କଥା କହି ଆସୁଥିଲେ ହେଁ ଫିଲ୍ମ ନିର୍ମାଣ କରିବା ସକାଶେ ବଜେଟକୁ ନେଇ ଚିନ୍ତିତ ରହୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି । ସିନେମା ନିର୍ମାଣ ପାଇଁ ଏସିଆର ବଡ ଧନୀ ମୁକେଶ ଅମ୍ବାନୀ, ଆମିରଙ୍କୁ ୧୦୦୦ କୋଟି ଟଙ୍କା ଦେବା ସହ ଫିଲ୍ମର ସହ-ପ୍ରଯୋଜକ ଭାର ନେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।

ମହାଭାରତରେ କେଉଁ ଚରିତ୍ରଟି ପସନ୍ଦ ପ୍ରଶ୍ନରେ ସେ ମହାରଥୀ କର୍ଣ୍ଣ, ଅର୍ଜ୍ଜୁନ ଏବଂ ଶ୍ରୀକୃଷ୍ଣଙ୍କ ନାଁ ନେଇଥିଲେ । ରିପୋର୍ଟ ଅନୁସାରେ ମହାଭାରତ ଚଳଚ୍ଚିତ୍ରକୁ ଅନ୍ୟ ନିର୍ମାତାଙ୍କ ଦ୍ୱାରା ୩ ରୁ ୫ ଭାଗରେ ନିର୍ମାଣ କରାଯିବ । ବିଦେଶରେ ରହୁଥିବା ଲୋକମାନେ ଭାରତର ଐତିହ୍ୟକୁ ଜାଣିବା ପାଇଁ ଉତ୍ସାହିତ ଥିବାରୁ ଫିଲ୍ମକୁ ଭାରତ ବାହାର ପ୍ରେକ୍ଷାଳୟରେ ମଧ୍ୟ ରିଲିଜ କରିବାର ଯୋଜନା ରହିଛି ।