ଦୁଇ ଗୁଣ ବଢ଼ିପାରେ ସାଂସଦଙ୍କ ଦରମା : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମତି ଦେଇଥିବା ସୂଚନା

26

କନକ ବ୍ୟୁରୋ : ଦୁଇ ଗୁଣା ବଢିବ ଦରମା, ମାଲାମାଲ ହେବେ ସାଂସଦ । ସାଂସଦଙ୍କ ମୂଳ ଦରମା ଅର୍ଥାତ ବେସିକ ପେ’ ୫୦ହଜାର ଟଙ୍କାରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଦରମା ଓ ଅନ୍ୟାନ୍ୟ ଭତାକୁ ନେଇ ଗଠିତ କମିଟିର ସୁପାରିଶକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଚୂଡାନ୍ତ ଅନୁମୋଦନ ପରେ ଏହା ଲାଗୁ କରାଯିବ ।

ମୂଳ ଦରମାସହ ଅନ୍ୟାନ୍ୟ ଭତା ଗୁଡିକ ମଧ୍ୟ ଦୁଇ ଗୁଣାହେବାର ସମ୍ଭାବନା ରହିଛି । ନିର୍ବାଚନ ମଣ୍ଡଳୀ ଭତା ମଧ୍ୟ ୪୫ହଜାରରୁ ୯୦ହଜାରକୁ ବୃଦ୍ଧି ପାଇପାରେ । ବିଜେପି ସାସଂଦ ୟୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ କମିଟିର ଏହି ନିଷ୍ପତିକୁ ପିଏମଓ ସମ୍ମତି ଜଣାଇଛନ୍ତି । କେବଳ ଦରମା ନୁହେଁ ଅନ୍ୟାନ୍ୟ ଭତାରେ ମଧ୍ୟ ପରିବର୍ତନ ନିଷ୍ପତି ନିଆଯାଇଛି ।