ହସ୍ପିଟାଲ ବିଲ୍ଡିଂରୁ ୩ ମାସର ଝିଅକୁ ଫିଙ୍ଗିଲା ମା’ । କାରଣ ଜାଣିଲେ ଆପଣ ବି ଭାବବିହ୍ୱଳ ହେବେ ।

235

କନକ ବ୍ୟୁରୋ: ଅହମଦାବାଦରେ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ । କାରଣ ମହିଳା ଜଣକ ନିଜର ୩ ମାସର କଅଁଳା ଝିଅକୁ ହସ୍ପିଟାଲର ୩ ମହଲା କୋଠା ଉପରୁ ପିଙ୍ଗି ହତ୍ୟା କରିବା ଅଭିଯୋଗ ହୋଇଛି ।

ମହିଳାଙ୍କୁ ପୁଲିସ ଗିରଫ କରିବା ପରେ ମହିଳାଙ୍କ ମୁହଁରୁ ସତ ଶୁଣି ସେଠାରେ ଥିବା ପୁଲିସ କର୍ମୀ ଭାବବିହ୍ୱଳ ହୋଇପଡିଥିଲେ । କଥା ହେଉଛି ଆସିଫମିୟା ଶେଖ୍ ଓ ଫରଜାନା ବାନୁଙ୍କର ୨୦୨୨ ଅକ୍ଟୋବର ୫ ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ହେଲେ ପିଲାବେଳୁ ସେ ଅସୁସ୍ଥ୍ ରହୁଥିଲା । ଡାକ୍ତରଙ୍କୁ ଦେଖାଇବା ପରେ ଶିଶୁର ପେଟରେ ମଇଳା ପାଣି ଜମି ରହିଥିବା ଜଣାପଡିବା ପରେ ତା’ର ଏକ ଅସ୍ତ୍ରୋପଚାର କରାଇବାକୁ ଡାକ୍ତର କହିଥିଲେ । ଅପରେସନ୍ ମଧ୍ୟ ହେଲା । ସେଠାରେ ୨୪ ଦିନ ରହିବା ପରେ ଘରକୁ ଝିଅକୁ ଡିସଚାର୍ଜ କରିନେଇଥିଲେ ।

ହେଲେ ଡିସେମ୍ବର ୨୪ ତାରିଖରେ କୁନି ଝିଅ ପୁଣି କାନ୍ଦିବାକୁ ଲାଗିଥିଲା । ଡାକ୍ତରଙ୍କୁ ଆଣି ଦେଖାଇବା ପରେ ଜଣାପଡିଥିଲା ଯେ, ଝିଅଟିର ଇଣ୍ଟେଷ୍ଟାଇନ୍ ଠିକ ସ୍ଥାନରୁ ବାହାରି ଆସିଛି । ତେଣୁ ତାକୁ ଅହମଦାବାଦ୍ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଗଲା । ହେଲେ ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନହୋଇନଥିଲା । ସବୁବେଳେ ଯନ୍ତ୍ରଣାରେ ଛଟପଟ ହେଉଥିଲା ଶିଶୁ କନ୍ୟା । ଝିଅ ପାଖରେ ମା’ ଫରଜାନା ସବୁବେଳେ ରହୁଥିବାବେଳ ସ୍ୱାମୀ ଆସିଫମିୟା ଖାନ୍ ୱେଟିଙ୍ଗ ରୁମରେ ରହୁଥିଲେ । ଝିଅର ଯନ୍ତ୍ରଣାକୁ ସହିନପାରି ଶେଷରେ ଚରମ ପଦକ୍ଷେପ ନେଇଥିଲେ ମା’ ଫରଜାନା । ଝିଅକୁ ୩ ମହଲା ଉପରୁ ଫୋପାଡି ହତ୍ୟା କରିଥିଲେ ।

ସୋମବାର ଅପରାହ୍ନ ପାଖାପାଖି ୫ଟା ସମୟରେ ଫରଜାନା ଚିକ୍ରାର କରିଥିଲେ । ଏବଂ ତାଙ୍କ ଝିଅକୁ କିଏ ଚୋରୀ କରିନେଇଛି ବୋଲି କାନ୍ଦିକାନ୍ଦି କହିଥିଲେ । ହସ୍ପିଟାଲ ପକ୍ଷରୁ ତୁରନ୍ତ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଆସି ଛାନବିନ୍ କରିଥିଲା । ସିସିଟିଭି ଯାଞ୍ଚ କରିବା ପରେ ଜଣାପଡିଥିଲା ଖୋଦ୍ ଫରଜାନା ହିଁ ଝିଅକୁ ଫିଙ୍ଗି ହତ୍ୟା କରିଛନ୍ତି । ପୁଲିସର ଜେରା ସମୟରେ ସବୁ ସତକଥା କହି କାନ୍ଦିଥିଲେ ଫରଜାନା ।