ସ୍ତ୍ରୀର ମାନ୍ୟତା ଦାବି କରି ଶାଶୂଘର ଆଗରେ ବୋହୂର ଧାରଣା । ବିରୋଧ କରି ଦୁଆର ମୁହଁରେ ଗୋବର ପକାଇଲେ ଶାଶୂ 

446

କନକ ବ୍ୟୁରୋ: ସ୍ତ୍ରୀର ମାନ୍ୟତା ଦାବିରେ ଶାଶୁଘର ଆଗରେ ମହିଳାଙ୍କ ଧାରଣା । ବୋହୂକୁ ଘରେ ରଖିବା ତ ଦୂରର କଥା ଦୁଆର ମୁହଁରେ ବସିବାକୁ ଦେଉନାହାନ୍ତି ଶାଶୂ । କିଭଳି ଘର ଆଗର ବୋହୂ ଧାରଣାରେ ନବସିବେ ସେଥିପାଇଁ ଶାଶୂ ଗୋବର ପକାଇଛନ୍ତି ।

କଟକ କାନପୁର ଥାନା ଅନ୍ତର୍ଗତ ଏକଡାଳ ଗାଁର ଅନ୍ତର୍ଯ୍ୟାମୀ ରାଉତଙ୍କୁ ବିବାହ କରିଥିଲେ ବଡ଼ମ୍ବା ମୁଗବହୀର ଗାଁର ଲକ୍ଷ୍ମୀପ୍ରଭା ଚୌଧୁରୀ । ଦୁହେଁ କୋର୍ଟ ମ୍ୟାରେଜ କରିବା ପରେ ମନ୍ଦିରରେ ବିବାହ କରିଥିଲେ । ଏହାପରେ ଅନ୍ତର୍ଯ୍ୟାମୀଙ୍କ ପରିବାର ଲୋକ ବୋହୁର ମାନ୍ୟତା ଦେଇ ତାଙ୍କୁ ଘରେ ରଖିଥିଲେ । କିଛି ବର୍ଷ ଶାଶୁ ଘରେ ରହିବା ପରେ ପାରିବାରିକ ବିବାଦକୁ ନେଇ ଲକ୍ଷ୍ମୀପ୍ରଭାଙ୍କୁ ଶାଶୂ ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି ।

୩ବର୍ଷ ହେଲା ବୋହୂକୁ ଘରୁ ବାହାର କରିଦେବା ପରେ ଏନେଇ କାନପୁର ଥାନା ଓ ପରେ କୋର୍ଟଙ୍କ ଆଶ୍ରୟ ନେଇଥିଲେ ଲକ୍ଷ୍ମୀପ୍ରଭା । ଏଥିରେ କୌଣସି ନିର୍ଯାସ ନବାହାରିବାରୁ କିଛି ଦିନ ହେଲା ଶାଶୂଘର ସାମ୍ନାର ଧାରଣାରେ ବସିଛି ବୋହୂ । ଆଉ ଘର ଆଗରେ ନବସିବା ପାଇଁ ଗୋବର ପକାଇଦେଇଛନ୍ତି ଶାଶୂ । ମଝିରେ ମଝିରେ ମାନସିକ ନର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର  ।