ମନ୍ଦିର ଆଗରେ ଧାରଣା ଦେଇଥିଲେ ଶିବସେନା ନେତା, ଅଜ୍ଞାତଙ୍କ ଗୁଳିରେ ଗଲା ଜୀବନ

232

କନକ ବ୍ୟୁରୋ : ପଞ୍ଜାବ ଅମୃତସରରେ ଜଣେ ଶିବସେନା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଶୁକ୍ରବାର ଅପରାହ୍ନରେ ଶିବସେନା ନେତା ସୂଧୀର ସୁରୀ ଧାରଣାରେ ବସିଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରେ ଅଚାନକ ଗୁଳି ଚଳାଇଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ଆନନ୍-ଫାନନ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ଅମୃତସର ନିକଟରେ ଥିବା ଏକ ଗୋପାଳ ମନ୍ଦିର ନିକଟରେ ଅଳିଆ ପକାଯାଉଥିବାରୁ ଏହାକୁ ବିରୋଧ କରି ସୁରୀ କିଛିଦିନ ହେବ ସେଠାରେ ଧାରଣାରେ ବସିଥିଲେ । ହେଲେ ଆଜି ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି ।

ପୋଲିସର ସୂଚନା ମୁତାବକ ସୁରୀଙ୍କୁ ଗୁଳି କରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରାଯାଇଛି । ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ପୋଲିସର ଜେରା ବେଳେ ଗୁଳି ଚଳାଇଥିବା ଯୁବକ ଜଣଙ୍କ କହିଛି କି, ବିଦେଶରେ ବସିଥିବା ଗ୍ୟାଙ୍ଗଷ୍ଟରମାନେ ସୁରୀଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲେ । ସୁରୀଙ୍କୁ ଦିପାବଳୀ ପୂର୍ବରୁ ହତ୍ୟା କରାଯିବାକୁ ଯୋଜନା ହୋଇଥିଲା ।