‘ଜିଓ’ରୁ ୪୧ ହଜାରରୁ ଅଧିକ କର୍ମଚାରୀ ଛାଡିଲେଣି ଚାକିରି, ରିଲିଆନ୍ସ କମ୍ପାନୀ ଛାଡିଲେଣି ୧.୬୭ ଲକ୍ଷ କର୍ମଚାରୀ

7,830

କନକ ବ୍ୟୁରୋ : ଆର୍ଥିକ ବର୍ଷ ୨୦୨୩ରେ ରିଲିଆନ୍ସ କମ୍ପାନୀରୁ ମୋଟ ୧,୬୭,୩୯୧ ଜଣ କର୍ମଚାରୀ ନିଜ ଇଚ୍ଛାରେ ଚାକିରି ଛାଡିଛନ୍ତି । ଏଥିମଧ୍ୟରୁ ୪୧,୮୧୮ ଜଣ କର୍ମଚାରୀ ଜିଓ କମ୍ପାନୀରେ କାମ କରୁଥିଲେ । ବାକି ୧,୧୯,୨୨୯ ଜଣ କର୍ମଚାରୀ ରିଲିଆନ୍ସ ରିଟେଲରେ କାମ କରୁଥିôଲେ । ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି ।

କେବଳ ଚଳିତ ଆଥିର୍କ ବର୍ଷ ନୁହେଁ ବରଂ ୨୦୨୨-୨୩ ଆର୍ଥିକ ବର୍ଷରେ ରିଲିଆନ୍ସ ଇଣ୍ଡଷ୍ଟ୍ରିଜରୁ ୧.୬ ଲକ୍ଷ କର୍ମଚାରୀ ଚାକିରି ଛାଡିଥିଲେ । ସେମାନଙ୍କ ମଧ୍ୟରୁ ୪୧ ହଜାରରୁ ଅଧିକ ଜିଓ କର୍ମଚାରୀ ଥିଲେ । ସେପଟେ କମ୍ପାନୀ ନୂଆ ନିଯୁକ୍ତି ଦେବାରେ ମଧ୍ୟ ରେକର୍ଡ କରିଛି । ଗତବର୍ଷ କମ୍ପାନୀ ୭୦,୪୧୮ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା । ସେମାନଙ୍କ ମଧ୍ୟରୁ ଟେଲିକମ୍ ସେକ୍ଟରରେ ୯୫୩୨୬ ଜଣ କମଚାରୀ ନିଯୁକ୍ତି ପାଇଥିଲେ । କମ୍ପାନୀ ତରଫରୁ ମୋଟ ୧,୪୩,୪୩୯,୮୩୯ ଘଣ୍ଟା କର୍ମଚାରୀଙ୍କୁ ଟ୍ରେନିଂ ଦେଇଛି ।

ଅନ୍ୟପଟେ ପ୍ରତିବର୍ଷ ରିଲିଆନ୍ସ କମ୍ପାନୀ ଛାଡୁଥିବା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୨୨ ତୁଳନାରେ ୨୦୨୩ ମସିହାରେ କମ୍ପାନୀ ଛାଡୁଥିବା କର୍ମଚାରୀଙ୍କ ସଂଖ୍ୟା ୬୪.୮ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ରିଟେଲ ଓ ଟେଲିକମ୍ ସେକ୍ଟରରେ ନିଯୁକ୍ତି ବଢୁଥିବାରୁ କର୍ମଚାରୀମାନେ ଗୋଟିଏ କମ୍ପାନୀ ଛାଡି ଅନ୍ୟ କମ୍ପାନୀକୁ ଅଧିକ ଦରମାରେ ଚାଲିଯାଉଥିବା ଅନୁମାନ କରାଯାଉଛି ।

ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ତାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି ଯେ ପୂରା ବର୍ଷ କମ୍ପାନୀ ତରଫରୁ କର୍ମଚାରୀମାନଙ୍କୁ ସୁସ୍ଥ ମାନସିକ ସ୍ଥିତି ଓ ସୁସ୍ଥ ଶାରିରୀକ ସ୍ଥିତି ବଜାୟ ରଖିବାକୁ ଉପଯୁକ୍ତ ଟ୍ରେନିଂ ଦିଆଯାଇଛି ।