ବାଲେଶ୍ୱର ବସ୍ତାରେ ମାତିଛନ୍ତି ମାଙ୍କଡ। ବାଗଲଡିହା ଗାଁରେ ଆତଙ୍କ ଖେଲାଇଛନ୍ତି ୧୫ରୁ ଅଧିକ ମାଙ୍କଡ। 

101

କନକ ବ୍ୟୁରୋ: ମଣିଷଙ୍କୁ ବ୍ୟତିବ୍ୟସ୍ତ କରିଦେଲେଣି ମାଙ୍କଡ । ମାଙ୍କଡ ଉପଦ୍ରବରେ ଅନେକ ଲୋକ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳରେ ମାଙ୍କଡ଼ ଆତଙ୍କ ମଚାଉଛନ୍ତି । ବସ୍ତା ବାଗଲଡିହା ଗାଁରେ ୧୫ରୁ ଅଧିକ ମାଙ୍କଡ ଆତଙ୍କ ଖୋଳାଇଛନ୍ତି । ଲୋକଙ୍କୁ ଦେଖିଲେ ଗୋଡେଇ ଆକ୍ରମଣ କରୁଛନ୍ତି । ଫଳରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଲୋକ । ଲୋକମାନେ ଘରର କବାଟ ଝରକା ବନ୍ଦ କରି ରହୁଛନ୍ତି । କାମରେ ଘରୁ ବାହାରିଲେ ଠେଙ୍ଗା ବାଡି ଧରି ବାହାରୁଛନ୍ତି । ଏହି ମାଙ୍କଡ ଦଳ ମଧ୍ୟରୁ ୨ଟି ମାଙ୍କଡ ପାଗଳ ହୋଇଥିବାରୁ ଲୋକଙ୍କୁ କାମୁଡୁଥିବା ଜଣାପଡ଼ିଛି  । ଏନେଇ ବନବିଭାଗକୁ ଅଭିଯୋଗ ସତ୍ୱେ କୌଣସି ସମାଧାନ ହୋଇପାରୁନାହିଁ । ମାଙ୍କଡଙ୍କୁ ଘଉଡେଇବା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ଫଳରେ ସବୁବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।