ଏଣିକି ପ୍ୟାକେଟ କ୍ଷୀର ପିଇବେ ସୈନିକ ! ମୋଦି ସରକାର ବନ୍ଦ କରିବେ ୩୯ ଗୋଶାଳା

100

ମୋଦି ସରକାରଙ୍କ ଆଉ ଏକ ନିଷ୍ପତି ଯୋଗୁଁ ଦେଶରେ ପୁଣି ଥରେ ରାଜନୀତି ସରଗରମ ହୋଇପାରେ । ରକ୍ଷା ମନ୍ତ୍ରାଳୟ ଦେଶରେ ୩୯ ଟି ସୈନ୍ୟ ଗୋଶାଳା ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ଯାହାଦ୍ୱାରା ଏହି ନିଷ୍ପତି ଉପରେ ଉଠୁଛି ଅନେକ ପ୍ରଶ୍ନ । କୁହାଯାଉଛି ସରକାର ଯେଉଁ ଫାର୍ମକୁ ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି, ସେଠାରେ ଦେଶର ସବୁଠାରୁ ଭଲ କିସମର ଗାଈ ମହଜୁଦ ଅଛନ୍ତି । ଏହି ୩୯ ଟି ଗୋଶାଳାରେ ପାଖାପାଖି ୨୦ ହଜାର ଗାଇ ଅଛନ୍ତି । କେବଳ ଏତିକି ନୁହଁ ଏଠାରେ ପାଖାପାଖି ୨୫୦୦ କର୍ମଚାରୀ ମଧ୍ୟ କାମ କରୁଛନ୍ତି । ସରକାରଙ୍କ ଏହି ନିଷ୍ପତି ପରେ ଉକ୍ତ କର୍ମଚାରୀମାନେ ତାଙ୍କର ରୋଜଗାର ହରାଇବେ । ସୂଚନାଯୋଗ୍ୟ ଗତ ମାସର ହୋଇଥିବା କ୍ୟାବିନେଟ କମିଟି ୩ ମାସ ମଧ୍ୟରେ ଗୋଶାଳାକୁ ବନ୍ଦ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦ ଟେଲିଗ୍ରାଫରେ ଛପିଥିବା ଖବର ଅନୁସାରେ, ସରକାରଙ୍କ ଅନୁସାରେ ଦେଶରେ ଏବେ ଦୁଗ୍ଧ କାରବାର ଏତେ ବଢ଼ିଯାଇଛି ଯେ ସେନାକୁ ନିଜର ଫାର୍ମର ଆବଶ୍ୟକତା ନାହିଁ । ସେନାଙ୍କୁ ଏବେ ବେସରକାରୀ ଗୋଶାଳାରୁ ଦୁଗ୍ଧ ଯୋଗାଇ ଦିଆଯିବ । ଏହାର ସିଧା ସିଧା ଅର୍ଥ ହେଲା ଭାରତୀୟ ସେନା ଏବେ ପ୍ୟାକେଟ ଦୁଗ୍ଧ ପିଇବେ । ନିକଟରେ ସେନା ଗୋଶାଳାରେ ଭ୍ରଷ୍ଟାଚାର ହେଉଛି ବୋଲି ଅନେକ ମାମଲା ସାମ୍ନାକୁ ଆସିଥିଲା । ଭ୍ରଷ୍ଟାଚାର ଯୋଗୁଁ ମଧ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି ବୋଲି ଅନୁମାନ କରାଯାଉଛି । ସରକାରଙ୍କ ଏହି ନିଷ୍ପତି ଯୋଗୁଁ ଯେଉଁ ୩୯ ଗୋଶାଳା ଉପରେ ପ୍ରଭାବ ପଡ଼ିବ । ଏହି ଗାଈ ଫାର୍ମ ଗୁଡିକ ମିରଟ, ଝାନ୍ସି, ଅମ୍ବାଲା ସମେତ ଅନେକ ବଡ଼ ସହରରେ ରହିଛି ।

ସରକାରଙ୍କ ଏହି ନିଷ୍ପତି ପରେ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ତଥା ଆସିଇଆରର ବୈଜ୍ଞାନିକ ମାନେ କହିଛନ୍ତି, ଏବେ ଯଦି ଏହି ଗୋଶାଳା ବନ୍ଦ ହୁଏ ୨୦ ହଜାର ଗାଈଙ୍କ କ’ଣ ହେବ । ବୈଜ୍ଞାନିକ ମାନେ କହିଛନ୍ତି ଦେଶର ଅନ୍ୟ କୌଣସି ଫାର୍ମରେ ଏତିକି କ୍ଷମତା ନାହିଁ ଯେଉଁଠି ଏହି ୨୦୦୦୦ ଗାଈଙ୍କ ପାଳନ ପୋଷଣ ହୋଇପାରିବ । ସୂଚନାଯୋଗ୍ୟ ବିଗତ କିଛି ଦିନ ହେବ ଗାଈକୁ ନେଇ ଦେଶସାରା ଚର୍ଚ୍ଚା ଚାଲିଛି । ଚାରିଆଡ଼େ ଗୋ ରକ୍ଷା ନାମରେ ହଡ଼କମ୍ପ ସୃଷ୍ଟି ହୋଇଛି । ଏପରସ୍ଥଳେ ସରକାରଙ୍କ ଏପରି ନିଷ୍ପତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।