ଘର ଆଗରୁ ଅଟୋ ଚୋରି କରିନେଲେ ଦୁର୍ବୃତ୍ତ : ଥାନାରେ ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି

127

କନକ ବ୍ୟୁରୋ : ଖଲ୍ଲିକୋଟ ଥାନା କେଶପୁର ଷ୍ଟେସନ ରୋଡରୁ ଅଟୋ ଚୋରି । ଘର ଆଗରେ ଥୁଆ ହୋଇଥିବା ଅଟୋ ଚୋରି କରିନେଲେ ଦୁର୍ବୃତ୍ତ । ଥାନାରେ ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି । କେଶପୁର ଷ୍ଟେସନ ରୋଡରେ ରହୁଥିବା ପାଣୁ ଦଲେଇ ସବୁଦିନ ପରି ଘର ଆଗରେ ନିଜ ଅଟୋକୁ ରାତିରେ ରଖିଥିଲେ ।

ମାତ୍ର ପରଦିନ ସକାଳୁ ଉଠି ଦେଖିବା ବେଳକୁ ଘର ଆଗରେ ଅଟୋ ନଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ଅଟୋ ମିଳିନଥିଲା । ତେବେ ଘର ନିକଟରେ ଥିବା ସିସିଟିଭି ଯାଞ୍ଚ କରିଥିଲେ । ଦୁଇ ଜଣ ଯୁବକ ବାଇକରେ ଆସି ଅଟୋଟିକୁ କିଛି ବାଟ ଠେଲି ଠେଲି ନେବା ପରେ ଷ୍ଟାର୍ଟ କରି ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଛି ।