ଡ୍ରେନରେ ଭାସି ଯାଇଥିବା ନାବାଳକର ମୃତ୍ୟୁ: ବେଲୁନ ଆଣିବାକୁ ଯାଇ ଭାସିଯାଇଥିଲା ମୁକୁଳା ଡ୍ରେନରେ

739

କନକ ବ୍ୟୁରୋ: ମୁକୁଳା ଡ୍ରେନରେ ଭାସିଯାଇଥିବା ଶିଶୁର ମୃତ୍ୟୁ । ଡ୍ରେନରୁ ଉଦ୍ଧାର ହେବା ପରେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ଭର୍ତ୍ତି । କ୍ୟାପିଟାଲ ହସ୍ପିଟାଲରେ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । ପ୍ରବଳ ବର୍ଷାରେ ଡ୍ରେନର ପାଣିରେ ଆଜି ଶିଶୁଟି ଭାସିଯାଇଥିଲା । ୟୁନିଟ-୩ ମସଜିଦ ପାଖରୁ ନାବାଳକ ଭାସିଯାଇଥିବା ସୂଚନା ମିଳିଥିଲା । ଏହାପରେ ନାବାଳକର ରେସ୍କ୍ୟୁ ଆରମ୍ଭ ହୋଇଥିଲା । ଏକ ଘଣ୍ଟାର ରେସ୍କ୍ୟୁ ପରେ ଓଡ୍ରାଫ ଟିମ ନାବାଳକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବେଲୁନ ପାଣିରେ ଭାସି ଯିବାରୁ ବେଲୁନ ଆଣିବାକୁ ଯାଇ ଶିଶୁଟି ଭାସି ଯାଇଥିବା ସୂଚନା ମିଳିଛି ।