ବନ୍ଧା ହେଲେ କୋଟିପତି ବିଡିଓ । ଦାମୀ ଗାଡ଼ି, ଆଲିସାନ୍ କୋଠା ଦେଖି ଭିଜିଲାନ୍ସ ତାଟକା

227

କନକ ବ୍ୟୁରୋ : ଶୁକ୍ରବାର ବଦଳି, ଶନିବାର ହାତରେ ପଡିଲା ହାତକଡି । ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ କୋଟି କୋଟି ଟଙ୍କାର ସମ୍ପତି ଠାବ ହେବା ପରେ ଶେଷରେ ଭିଜିଲାନ୍ସ ତାଙ୍କ ଜଳେଶ୍ୱର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡ଼ିଓଙ୍କ ଜଳେଶ୍ୱର ସ୍ଥିତ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ । ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ ଜଣ ବଛାବଛା ଡିଏସପି, ୯ ଜଣ ଇନ୍ସପେକ୍ଟରଙ୍କୁ ସାମିଲ କରାଯାଇଥିଲା ।
ଚଢାଉ ପାଇଁ ମଧ୍ୟ କଟକ ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ ମଧ୍ୟ ୱାରେଟ ଜାରି କରିଥିଲେ । କୁବେର ଦାସଙ୍କ କଟକରେ ଥିବା ବିଭିନ୍ନ ଘର, ବିଡ଼ିଓଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ କଟକ ଖପୁରିଆ ସ୍ଥିତ ଅଫିସ, କେନ୍ଦ୍ରାପଡ଼ା ସ୍ଥିତ ଶ୍ୱଶୁର ଘର,ଜଳେଶ୍ୱର ବ୍ଲକରେ ଥିବା ବିଡ଼ିଓଙ୍କ ଅଫିସ ଓ ଜଳେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରେ ଏକା ସମୟରେ ଚଢାଉ କରିଥିଲ ।