ଅନ୍ଧ ବିଶ୍ୱାସ ! ନିମ୍ବ ଗଛରୁ ବାହାରୁଛି କ୍ଷୀର, ଗଛ ମୂଳରେ ଧୂପ ଦୀପ ଦେଇ ଲୋକେ କରୁଛନ୍ତି ପୂଜା

100

କନକ ବ୍ୟୁରୋ :  ବେଳେବେଳେ କିଛି ଖବର ସାମ୍ନାକୁ ଆସିଥାଏ , ଯାହା ବିଶ୍ୱାସ ଅବିଶ୍ୱାସ ଭିତରେ ରହିଥାଏ । ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟକର ମନେହୁଏ । ଆଜିର ବିଜ୍ଞାନ ଯୁଗରେ ମଣିଷ ବାସ୍ତବିକତା ଉପରେ ବିଶ୍ୱାସ କରୁଥିଲେ ବି କିଛି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଥାନ୍ତି  । ଯାହାକୁ ଲୋକେ ଇଶ୍ୱରଙ୍କର କ୍ରିୟା ଭାବି ପୂଜା କରିଥାନ୍ତି । ଏମିତି ଏକ ଖବର ସାମନାକୁ ଆସିଛି ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିବେ ନାହିଁ । ହେଲେ ଏ ଘଟଣାଟି ସତ ଅଟେ । କେନ୍ଦ୍ରାପଡା ଜିଲ୍ଲା ମହାକାଳ ପଡା ବ୍ଲକ ଅନ୍ତର୍ଗତ ,ପେଟଛେଲା ପଂଚାୟତର ଲୁଣି ମାଠିଆ ଗ୍ରାମରେ ଘଟିଛି ଏହି ଅଲୌକିକ ଘଟଣା । ନିମ୍ବ ଗଛରୁ ବାହାରୁଛି କ୍ଷୀର । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏହାକୁ ଦେଖିବାକୁ ଲୋକଙ୍କର ଭିଡ ଜମିଛି । ଆଉ ଏହାର କ୍ଷୀର ପାନ କରୁଛନ୍ତି ଦେଖିବାକୁ ଆସୁଥିବା ଲୋକ ।

ମିଳିଥିବା ସୂଚନା ଅନୁସାରେ ,ଗ୍ରାମର ସୁକୁଲ ମାଝିଙ୍କ ବଗିଚାରେ ଥିବା ଏକ ନିମ୍ବ ଗଛରୁ ଗତ ୬ ଦିନ ଧରି କ୍ଷୀର ଭଳି ଏକ ତରଳ ପଦାର୍ଥ ଝରିବାରେ ଲାଗିଛି । ଆଉ ଏ ବିଷୟ ଧିରେ ଧିରେ ଆଖପାଖ ଅଂଚଳରେ ପ୍ରଚାରିତ ହେବାପରେ ଲୋକେ ଦେଖିବାକୁ ଛୁଟିଛନ୍ତି । ଆଉ ମଧ୍ୟ ମହା ଆନନ୍ଦରେ ଏହାକୁ ଠାକୁରଙ୍କ ପାଦୁକା ଭାବି ପାନ କରୁଛନ୍ତି । ଏହା ମିଠା ଲାଗୁଛି ବୋଲି ଲୋକେ କହୁଛନ୍ତି । ଭକ୍ତିରେ ଲୋକେ ଧୂପ ଦୀପ ଦେଇ ପୂଜା କରୁଥିବାର ଦେଖିବାକୁ ମିଳିଛି ।

ସେହି ନିମ୍ବ ଗଛକୁ ପୂଜା କରୁଥିବା ପୂଜାରି କହିଛନ୍ତି ଏହା ଠାକୁରଙ୍କର ମହିମା ଅଟେ । କାରଣ ନିମ୍ବ ଗଛରୁ ଅଠା ବାହରେ କିନ୍ତୁ ଏଠି କ୍ଷୀର ବାହାରୁଛି । ଆଉ ସେଠାକୁ ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବୋହାରୁ ଥିବା କ୍ଷୀରକୁ ପାଦୁକା ଭାବେ ଦେଉଛନ୍ତି । ଏହାର ପତ୍ର ମିଠା ବୋଲି ମଧ୍ୟ ଲୋକେ କହୁଛନ୍ତି । ସ୍ଥାନୀୟ ଲୋକେ ବିଶ୍ୱାସ କରୁଛନ୍ତି ଜଗନ୍ନାଥ , ବଳଭଦ୍ର ବା ସୁଭଦ୍ରା କେହି ଜଣେ ଆର୍ବିଭାବ ହୋଇଛନ୍ତି ଏଠାରେ । ଯାହାକି ଏମିତି ଅଲୌକିକ ଘଟଣା ଦେଖିବାକୁ ମିଳିଛି ।