ସାରା ଓଡିଶାରେ ହିଟ୍ ୱେଭ୍ ଜାରି । ୨ ଦିନରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ ।

171

କନକ ବ୍ୟୁରୋ: ସାରା ଓଡିଶାରେ ହିଟ୍ ୱେଭ୍ ଜାରି । ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗର ଆକଳନ । ଦୁଇ ଦିନରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ । ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଅଂଶୁଘାତର ମଧ୍ୟ ଆଶଙ୍କା ରହିଛି ।

ଆଜି କଟକ, ଖୋର୍ଦ୍ଧା, ନୟାଗଡ଼, ମୟୁରଭଞ୍ଜ, ଅନୁଗୁଳ, ବୌଦ୍ଧ ଜିଲ୍ଲା ସିଭିୟର ହିଟ୍ ୱେଭ୍ ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗତପତି, କନ୍ଧମା, କୋରାପୁଟ, ମାଲକାନାଗିରି, ଗଞ୍ଜାମରେ ହିଟ୍ ୱେଭ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ବ୍ୟତୀତ ସୋନପୁର, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, କଳାହାଣ୍ଡିରେ ହିଟ୍ ୱେଭ ଆଶଙ୍କା ନେଇ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ୪ ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆହୁରୀ ତିନି ଦିନ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିପାରେ । ହେଲେ ୨୧ ତାରିଖ ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । କିନ୍ତୁ ୨୫ ତାରିଖ ପରେ ତାତି ପୁଣି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ତେବେ ଗତକାଲି ୪୩.୬ ଡିଗ୍ରୀ ଭୁବନେଶ୍ୱର ରାଜ୍ୟର ସବୁଠୁ ତତଲା ସହର ଥିଲା । ଗତକାଲି ୩୨ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଅନୁଗୁଳରେ ୪୩.୩ ଡିଗ୍ରୀ, ବୌଦ୍ଧରେ ୪୩.୫ ତାପମାତ୍ରା ରେକର୍ଡ କରାଯାଇଇଥିଲା ।