ଦେଶରେ ଆଉ ଏକ ଏନପ୍ଲୁଏଞ୍ଜା ସଂକ୍ରମଣ । କାଶ ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହେଉଛନ୍ତି ଲୋକେ

277

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ସବୁଆଡେ ଥଣ୍ଡା, ଜର,କାଶ ଲାଗି ରହିଛି । ଦିନକୁ ଦିନ ଏଭଳି ଥଣ୍ଡା ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢୁଛି । । ଏହା ଭିତରେ ଆଇସିଏମଆର ଆଡଭାଇଜରୀ ଜାରି କରିଛି । ଆଡଭାଇଜରୀରେ କୁହାଯାଇଛି, ଦେଶରେ ଜର ଓ ଫ୍ଲୁ ମାମଲା ବଢିବାରେ ଲାଗିଛି । ଇନଫ୍ଲୁଏଞ୍ଜା ‘ଏ-ସବଟାଇପ ଏଚ୍-ଥ୍ରୀ-ଏନ-ଟୁ’ ଭାଇରସ ଯୋଗୁଁ ବଢୁଛି ଥଣ୍ଡା କାଶ ଓ ଜର । ଆଇସିଏମଆର କହିଛି ଯଦିଓ ଏହି ଭାଇରସ ଘାତକ ନୁହେଁ ତଥାପି ସର୍ତକ ରହିବା ଜରୁରୀ ।

କାଶ ଥଣ୍ଡାକୁ ଡରନ୍ତୁ ନାହିଁ । ରୋଗୀଙ୍କୁ ଚିକିତ୍ସା ପାଇଁ ଆଂଟିବାୟୋଟିକ ବି ଜରୁରୀ ନୁହେଁ । କେବଳ ଲ କ୍ଷଣ ଜନିତ ଚିକିତ୍ସା କରିବାକୁ ଆଇସିଏମଆର ପରାମର୍ଶ ଦେଇଛି । ଡିସେମ୍ବର ୧୫ ତାରିଖରୁ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଏନଫ୍ଲୁଏଞ୍ଜା ସଂକ୍ରମଣ ବଢିବାରେ ଲାଗିଛି । ଆଉ ଏସବୁ ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚଥ୍ରୀଏନଟୁ ଭାଇରସ ଯୋଗୁଁ ହେଉଥିବା ଜଣାପଡିଛି । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଡାକ୍ତରଖାନାରେ ଭର୍ତି ହେବା ଆବଶ୍ୟକ । ହାତକୁ ଭଲଭାବରେ ସଫା କରିବା, ମାସ୍କ ପିନ୍ଧି ଗହଳି ସ୍ଥାନକୁ ଯିବା, କାଶ ଛିଙ୍କ ବେଳେ ମୁହଁ ଘୋଡାଇ ରଖିବା, ପ୍ରଚୁର ପରିମାଣରେ ପାଣି ପିଇବା, ଆଖି ନାକକୁ ଛୁଇଁବାନି, ହାତ ମିଳାଇବାକୁ ବାରଣ କରାଯାଇଛି । ଗତ ଦୁଇମାସ ହେବ ଲୋକଙ୍କ ନିକଟରେ ଏଭଳି ଲକ୍ଷଣ ପ୍ରକାଶ ପାଉଛି । ଏବେ ଆସନ୍ତୁ ଆଇସିଏମଆକ କଣ କରିବାକୁ ଓ କଣ ନ କରିବାକୁ ଆଡଭାଇଜାରୀ ଜାରି କରିଛି ।