ବଢିଲା ମ୍ୟାଟ୍ରିକ ଫର୍ମପୂରଣ ଅବଧି । ଡିସେମ୍ବର ୧୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନଲାଇନରେ ଫର୍ମ ଦାଖଲ କରିପାରିବେ ଛାତ୍ରଛାତ୍ରୀ

୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫର୍ମପୂରଣ ସମୟସୀମା ବୃଦ୍ଧି କରାଯାଇଛି

125

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ପକ୍ଷରୁ ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫର୍ମପୂରଣ ସମୟସୀମା ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ଡିସେମ୍ବର ୧୫ ତାରିଖ ରାତି ୧୧ଟା ୪୫ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଫି ଦାଖଲ ଓ ଡିସେମ୍ବର ୧୬ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅନଲାଇନରେ ଫର୍ମ ଦାଖଲ କରିପାରିବେ। ଏହା ପରେ ଫି ଦାଖଲ କରିବା ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ଫି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସହାୟତାରେ ଏସବି କଲେକଟରେ ଦାଖଲ କରିପାରିବେ କିମ୍ବା କ୍ୟାସ୍ ଟ୍ରାନ୍ସଫର କରିପାରିବେ।

 

ବ୍ୟାଙ୍କରେ ଫି ଦାଖଲ କରିବାରେ କିଛିଟା ସମସ୍ୟା ହେବାରୁ ବୋର୍ଡ ପକ୍ଷରୁ ବିନା ଜୋରିମାନାରେ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରଣ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଫର୍ମପୂରଣ ସମୟସୀମା ବିନା ଜୋରିମାନାରେ ନଭେମ୍ବର ୨୬ତାରିଖରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ରହିଥିବା ବେଳେ ଜରିମାନା ସହ ଡିସେମ୍ବର ୧୪ରୁ ୧୮ତାରିଖ ପର୍ଯ୍ୟନ୍ତ ରହିଥିଲା।