ବାହାନଗା ଦୁର୍ଘଟଣା ମାମଲାରେ ୩ ଅଭିଯୁକ୍ତଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି ସିବିଆଇ ଅଧିକାରୀ । ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଗାଳିିବାକୁ ଚେଷ୍ଟା । ଆଗକୁ ବଢିପାରେ ଗିରଫଦାରୀ ସଂଖ୍ୟା

281

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ସିବିଆଇର ସ୍ୱତନ୍ତ୍ର ଟିମ୍ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛନ୍ତି ସିବିଆଇ ଅଧିକାରୀ । ସିଗନାଲ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା? ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା? ଏହା ପଛରେ ଷଡଯନ୍ତ୍ର ରହିଛି କି ଆଦି ବିଭିନ୍ନ ଦିଗ ଉପରେ ସିବିଆଇ ଅଧିକ ତଦନ୍ତ ଚଳାଇଛି । ୫ ଦିନିଆ ରିମାଣ୍ଡରେ ଆସିଥିବା ୩ ରେଳ ଅଧିକାରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରର ଚନ୍ଦକା ଥାନାରେ ରଖି ପଚରାଉଚରା କରାଯାଉଛି ।

ରିମାଣ୍ଡ ଅବଧି ବେଳେ ଅଭିଯୁକ୍ତଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଗାରିବାକୁ ଚେଷ୍ଟା ଚଳାଇଛନ୍ତି ତଦନ୍ତାକରୀ ଟିମ୍ । ଘଟଣାରେ ବରିଷ୍ଠ ଅଧିକାରୀଙ୍କ ଭୁମିକା କ’ଣ ରହିଛି ସେନେଇ ତଦନ୍ତକାରୀ ଅଧିକାରୀ ଖୋଳତାଡ କରୁଛନ୍ତି । ଆଗକୁ ଅଭିଯୁକକ୍ତଙ୍କ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।