ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଝଟକା, ଆବେଦନ ଉପରେ ଶୁଣାଣୀ କରି ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

108

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ପୂର୍ବରୁ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିବା ବେଳେ ଏବେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ଏଥିସହ ଦୁଇ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ଯାହାକି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅଡୁଆରେ ପକାଇଛି । ଦିଲ୍ଲୀ ସରକାରରେ ମୋଟ୍ ୬ ଜଣ ମନ୍ତ୍ରୀ ଥିଲେ । କେଜ୍ରିୱାଲ କୌଣସି ବିଭାଗକୁ ନିଜ ପାଖରେ ରଖିନାହାନ୍ତି । ସିସୋଦିଆଙ୍କ ପାଖରେ ୧୮ଟି ବିଭାଗ ଥିଲା । ଏପରି ସ୍ଥିତିରେ ସିସୋଦିଆ ଜେଲରେ ରହିଥିବା ବେଳେ ସରକାର କିପରି ଚାଲିବ ତାହା କେଜ୍ରିୱାଲଙ୍କ ମୁଣ୍ଡ ବିନ୍ଧା ବଢାଇଛି । ସେପଟେ ମନିଲଡ୍ରିଂ ମାମଲାରେ ବେଶ କିଛି ଦିନ ହେବ ଜେଲରେ ଥିବା କେଜ୍ରିୱାଲ ଅନ୍ୟତମ ନିକଟମ ସହଯୋଗୀ ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଇସ୍ତଫା ଦେଇଛନ୍ତି ।

ସେପଟେ ମନିଷ ସିସୋଦିଆଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ସିବିଆଇର ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ।କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହ ଦିଲ୍ଲୀ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି । ଶୁଣାଣୀ ସମୟରେ କୋର୍ଟ କହିଥିଲେ ଆବେଦନକାରୀ ହାଇକୋର୍ଟ ଯିବା ପରିବର୍ତେ କଣ ପାଇଁ ସିଧା ସୁପ୍ରିମକୋର୍ଟକୁ ଆସିଛନ୍ତି । ଆବେଦନ ଉପରେ ଶୁଣାଣୀ ପାଇଁ ଅନେକ ବିକଳ୍ପ ରହିଛି ।ତେଣୁ ପ୍ରଥମେ ତଳ କୋର୍ଟକୁ ଯାଆନ୍ତୁ ।

ଅବକାରୀ ନୀତି ଦୁର୍ନୀତି ମାମଲାରେ ରବିବାର ସିସୋଦିଆଙ୍କୁ ୮ଘଂଟାର ଜେରା ପରେ ଗିରଫ କରିଥିଲା ସିବିଆଇ । ଏନେଇ ସାରା ଦେଶରେ ପ୍ରତିବାଦ କରି ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲା ଆପ । ସେପଟେ ଦୁଇ ଜଣ ମନ୍ତ୍ରୀ ସଙ୍କଟରେ ପଡିଥିବାବେଳେ ଆଗକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଣ କରିବେ ତା ଦେଖିବାକୁ ବାକି ରହିଲା ।