ମଣିପୁରରେ ଆସାମ ରାଇଫଲ୍ସକୁ ନେଇ ଆରମ୍ଭ ହେଲା ନୂଆ ବିବାଦ । ଜାଣନ୍ତୁ ମଣିପୁର ପୋଲିସ କାହିଁକ ଆସାମ ରାଇଫଲ୍ସ ବିରୋଧରେ ରୁଜୁ କଲା ମାମଲା

245

କନକ ବ୍ୟୁରୋ : ମଣିପୁରରେ କୁକୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସାରେ ଏବେ ସାରା ମଣିପୁର ଜଳୁଛି । ଏହାରି ମଧ୍ୟରେ ମଣିପୁର ପୋଲିସ ଓ ଆସାମ ରାଇଫଲ୍ସ ମଧ୍ୟରେ ପୁଣି ଏକ ନୂଆ ବିବାଦ ଦେଖିବାକୁ ମିଳିଛି । ମଣିପୁର ପୋଲିସ ଅଭିଯୋଗ କରିଛି କି ଆସାମ ରାଇଫଲ୍ସ ପୋଲିସର ଅପରେଶନ ଉପରେ ବାଧା ସୃଷ୍ଟି କରୁଛି ।

ଏନେଇ ଅଗଷ୍ଟ ୫ ତାରିଖରେ ମଣିପୁର ପୋଲିସ ଆସାମ ରାଇଫଲ୍ସ ବିରୋଧରେ ମାମଲା ଦାଖଲ କରିଛି । ମଣିପୁର ପୋଲିସ କହିଛି କି ଆସାମ ରାଇଫଲ୍ସ ତରଫରୁ ବିଷ୍ଣୁପୁର ଜିଲ୍ଲାର କ୍ୱାକ୍ତା ଅଞ୍ଚଳରେ ପୋଲିସ ଗାଡିକୁ ଅଟକାଇ ରଖିଥିଲା ।

ସେପଟେ ସେନା ତରଫରୁ ଆସାମ ରାଇଫଲ୍ସ ଉପରେ ପୋଲିସ ଆଣିଥିବା ଅଭିଯୋଗ ଉପରେ ବୟାନ ଦେଇଛି । ସୋନ କହିଛି କି ମଣିପୁରରେ ଶାନ୍ତି ଫେରାଇ ଆଣିବା କାମରେ ଆସାମ ରାଇଫଲ୍ସ ଲାଗିଥିବା ବେଳେ ପୋଲିସ ଆସାମ ରାଇଫଲ୍ସର ଛବି ଖରାପ କରିବାକୁ ଚେଷ୍ଟା କରୁଛି ।

ସୂଚନା ଥାଉକି, ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ମୈତେଇ ସଂପ୍ରଦାୟର ୩ଜଣ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା । ଏହାପରେ ବିଷ୍ଣୁପୁରର କ୍ୱାକ୍ତା ଅଞ୍ଚଳରେ ଅଗଷ୍ଟ ୫ ତାରିଖରେ ଉତ୍ତେଜନା ଦେଖା ଦେଇଥିଲା । କୁକୀ ସମୁଦାୟର ଲୋକମାନେ ଅସ୍ତ୍ରଶସ୍ତ୍ର ଧରି ଆଗକୁ ଆସିଥିଲେ । ଏନେଇ ସେମାନଙ୍କ ବିରୋଧରେ ପୋଲିସ ଅପରେସନ ଚଳାଇଥିଲା । ଏନେଇ ପୋଲିସ ଅଭିଯୋଗ କରିଛି କି କୁକୀ ସମୁଦାୟର ଲୋକଙ୍କ ବିରୋଧରେ ଅପରେସନ ଚାଲିଥିବା ବେଳେ ଆସାମ ରାଇଫଲ୍ସ ରାସ୍ତା ମଝିରେ ଗାଡି ରଖି ପୋଲିସ ଅପରେସନରେ ବାଧା ସୃଷ୍ଟି କରିଥିଲା । ଏହି କାରଣରୁ କୁକୀ ଉଗ୍ରବାଦୀମାନେ ପଳାୟନ କରିଥିବା ପୋଲିସ ଅଭିଯୋଗ କରିଛି ।