ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ : ମୁରିବାହାଲ ଥାନାରେ ମାମଲା ପରେ ପୋଲିସର ତଦନ୍ତ

67

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଯମୁନା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛି ଯୁବକ । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁସାରେ, ପରିବାର ଲୋକେ କାମ କରିବାକୁ ବାହାରକୁ ଯାଇଥିବା ସମୟରେ ଯୁବକ ଜଣ ଘରକୁ ଆସି ନାବାଳିକାକୁ ଦୁଷ୍କର୍ମ କରିଥିଲେ ।

ତେବେ ଘଟଣା ପ୍ରଘଟ କଲେ, ମାରିଦେବାକୁ ଯୁବକ ଜଣକ ଧମକ ଦେଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ମୁରିବାହାଲ ଥାନାରେ ମାମଲା ଦେବା ପରେ ପୋଲିସ ତଦନ୍ତ କରିଥିଲା । କଣ୍ଟାବାଞ୍ଜି ଏସଡିପିଓଙ୍କ ସହ ମୁରିବାହାଲ ଆଇଆଇସି ତଦନ୍ତ କରି ଯୁବକକୁ ଗିରଫ କରିଛି । ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।