ସେପ୍ଟେମ୍ବର ପହିଲାରୁ ଅନେକ ପରିବର୍ତ୍ତନ । ଏଲପିଜିଠାରୁ ବ୍ୟାଙ୍କିଙ୍ଗ୍, ସବୁଠି ବଦଳିବ ନିୟମ

847

କନକ ବ୍ୟୁରୋ : ମାସ ଆରମ୍ଭରୁ ପାଖାପାଖି ପ୍ରତି କ୍ଷେତ୍ରରେ କିଛି କିଛି ପରିବର୍ତ୍ତନ ହେବ । ଏହି କ୍ରମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତି ବ୍ୟକ୍ତିଙ୍କ ପାଇଁ ନିତାନ୍ତ ଆବଶ୍ୟକ ରନ୍ଧନ ଏଲପିଜି ଗ୍ୟାସ । କେନ୍ଦ୍ର କ୍ୟାବିନେଟ୍ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି । ଏହି ଆଧାରରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସ୍ୱତନ୍ତ୍ର ଲାଭ ମିଳିବ । ଉଜ୍ଜ୍ୱଳା ଯୋଜନାରେ ପ୍ରତି ସିଲିଣ୍ଡର ପିଛା ୪ଶହ ଟଙ୍କା ସବସିଡି ମିଳିବ । ଅଗଷ୍ଟ ୩୦ରେ ହୋଇଥିବା ଏହା ଘୋଷଣାକୁ ସେପ୍ଟେମ୍ବର ପହିଲାରୁ ଲାଗୁ କରାଯିବ ।

ଏହାପରେ ବ୍ୟାଙ୍କିଙ୍ଗ ସେକ୍ଟର କଥା ମନକୁ ଆସେ । ଆରବିଆଇ ଘୋଷଣା ଅନୁସାରେ ୨୦୦୦ ଟଙ୍କାକୁ ବଦଳାଇବାକୁ ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଏଭଳି ନକଲେ ୨୦୦୦ ଟଙ୍କିଆ ନୋଟ୍ ରଖିଥିବା ବ୍ୟକ୍ତି ଆଉ ଏହାକୁ ବଦଳାଇପାରିବେ ନାହିଁ । ଏହାସହ ଆଧାର ଓ ପାନ୍ ସହ ସମ୍ପର୍କୀତ କିଛି ନିୟମରେ ମଧ୍ୟ ପରିର୍ତ୍ତନ ହେବ ।
ତୃତୀୟରେ ଯଦି ଆପଣ ନିଜର ଆଧାର ଅପଡେଟ୍ କରାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏହି କାମ ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ଶେଷ କରିବାକୁ ପଡିବ । ଏଥିପାଇଁ ସେପ୍ଟମ୍ବର ୧୪ ତାରିଖକୁ ଶେଷ ସମୟ ଭାବେ ଧାର୍ଯ୍ୟ କରାଯାଇଥିଲା । ପୂର୍ବରୁ ଏଥିପାଇଁ ଜୁନ୍ ୧୪ ତାରିଖ ଶେଷ ସମୟ ଥିବାବେଳେ ଏହାକୁ ସେପ୍ଟେମ୍ବର ୧ ତାରିଖକୁ ଘୁଞ୍ଚାଯାଇଥିଲା । ଏହାସହ ପାନ୍ ଓ ଆଧାର ଲିଙ୍କ୍ କରାଇବାର ଅପଡେଟ୍ ବି ଆସିଇ । ଯଦି ଚିଳି ମାସ ଶେଷ ସୁଦ୍ଧା ପାନ୍ -ଆଧାର ଲିଙ୍କ ନକରାନ୍ତି ତାହେଲେ ଅପାଣଙ୍କ ପାନ୍ କାର୍ଡ ଅକାମୀ ହୋଇଯିବ ।

ଯଦି ଆପଣଙ୍କ ପାଖରେ ଆକ୍ସିସ୍ ବ୍ୟାଙ୍କର ମ୍ୟାଗ୍ନସ୍ କ୍ରେଡିଟ କାର୍ଡ ଅଛି ତାହେଲେ ଏହାର ନିୟମ ଓ ସର୍ତ୍ତରେ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କର ୱେସାଇଯରେ ଦିଆଯାଇଥିବା ସୂଚନା ମୁତାବକ, ଲେଣଦେଣ ଉପରେ ଗ୍ରାହକଙ୍କୁ ସେପ୍ଟମ୍ବର ପହିଲା ଆଉ କିଛି ସ୍ୱତନ୍ତ୍ର ଲାଭ ମିଳିବ ନାହିଁ । ଏହାସହ ଏହି କାର୍ଡଧାରୀ ଗ୍ରାହକଙ୍କର ବାର୍ଷିକ ଫିସ୍ ଭାବେ ୧୨,୫୦୦ ଟଙ୍କା ଜିଏସଟି ସହ ଦେବାକୁ ପଡିବ । ପୁରୁଣା କାର୍ଡଧାରୀ ମାନେ ୧୦.୦୦୦ ଟଙ୍କା ସହ ଜିଏସଟି ଭରିବେ । ଯେଉଁ ଗ୍ରାହକମାନେ ପୁରା ବର୍ଷକ ଭିତରେ ୨୫ ଲକ୍ଷ ଯାଏଁ କ୍ରୟ କରିଛନ୍ତି ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।

ଏହାସହ ଷ୍ଟେବ୍ୟାଙ୍କ ଅଫ୍ ଇଣ୍ଡିଆର କିଛି ନିୟମ ମଧ୍ୟ ବଦଳୁଛି । ଯଦି ଆପଣ ୱି କେୟାର ସ୍କିମରେ ଡିପୋଜିଟ୍ ନିବେଶ କରିବାକୁ ଚାହୁଁଛନ୍ତି ଏଥିପାଇଁ ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ଯାଏଁ ରହିଛି । ହେଲେ ଏହି ଯୋଜନା କେବଳ ବରିଷ୍ଠ ନାରିରିକଙ୍କୁ ପାଇଁ ଉପଲବ୍ଧ । ଏହି ସ୍କିମରେ ଅନ୍ୟ ଗ୍ରାହକଙ୍କ ଅପେକ୍ଷା ବରିଷ୍ଠ ନାରିକଙ୍କୁ ୫ ବର୍ଷ ଯାଏଁ ୭.୫୦ ଯାଏଁ ସୁଧ ମିଳୁଛି ।
ପ୍ରତି ମାସ ଶେଷକୁ ପେଟ୍ରୋଲିୟମ୍ କମ୍ପାନୀ ପେଟ୍ରୋଲ ଓ ଡିଜେଲର ଦର ଉପରେ ସମୀକ୍ଷା କରନ୍ତି । ଆଗକୁ ଆସୁଥିବା ପାର୍ବଣକୁ ଦୃଷ୍ଟିରେ ରଖି ତୈଳ ଦରରେ ମଧ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ଯଦି ଏପରି ହୁଏ ତାହେଲେ ସେପ୍ଟେମ୍ବରରୁ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହେବ । ବଜାର ବିଶେଷଜ୍ଞଙ୍କ କହିବା କଥା, ସରକାରଙ୍କ ପାଖରେ ତୈଳ ଦର ହ୍ରାସ କରିବାର ବିକଳ୍ପ ଅଛି । ଯଦି ସରକାର ଏହାକୁ କାର୍ଯ୍ୟକ୍ଷମ କରନ୍ତି , ଏହାଦ୍ୱାରା ମଧ୍ୟମବର୍ଗ ଲୋକେ ବିଶେଷ ଉପକୃତ ହେବେ । ଏହାସହ ନୂଆ ଫର୍ମୁଲାରେ ସିଏନଜି ଓ ପିଏନଜି ମୂଲ୍ୟରେ ୧୦ ପ୍ରତିଶତ ହ୍ରାହ ହୋଇପାରେ ବୋଲି କୁହାଯାଉଛି ।

ଏହାପରେ ଗୁରୁତ୍ୱପୂର୍ଣ୍ଣ ହେଇଛି ଇନକମ୍ ଟ୍ୟାକ୍ସ କଥା । ଶୁଳ୍କ ନିର୍ଦ୍ଧାରଣ ବର୍ଷ ୨୦୨୪-୨୫ ପାଇଁ ଆଗୁଆ ଶୁଳ୍କର ଦ୍ୱିତୀୟ କିସ୍ତି ଭରିବାର ଶେଷ ତାରିଖ ସେପ୍ଟେମ୍ବର ୧୫ ତାରିଖ ଧାର୍ଯ୍ୟ କରାଯାଇଛି । ଆଡଭାନ୍ସ ଟ୍ୟାକ୍ସ ୪ଟି କିସ୍ତିରେ ଭରିବାର ବ୍ୟବସ୍ଥା କରାଯାଇଛି । ଏହିି ନିୟମରେ ମୋଟ ଶୁଳ୍କର ୪୫ ପ୍ରତିଶତ ସପ୍ଟେମ୍ବର ୧୫ ତାରିଖ ସୁଦ୍ଧା କରିଦେବାକୁ ଧାର୍ଯ୍ୟ କରାଯାଇଛି ।