ଆଜି ଶ୍ରାବଣ ମାସର ତୃତୀୟ ସୋମବାର : ଶୈବପୀଠରେ ପ୍ରବଳ ଭିଡ଼; ମହିଳା କାଉଡିଆଙ୍କ ପାଇଁ ଶୌଚାଳୟ ତିଆରି କରି ଚର୍ଚ୍ଚାରେ ପ୍ରଶାନ୍ତ କୁମାର

170

କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ସୋମବାରରେ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡିଆ । ସେଥିପାଇଁ ସବୁ ଶୈବପୀଠ ଚଳଚଞ୍ଚଳ । କାଉଡିଆମାନେ ପାଣି ନେଇ ବିଭିନ୍ନ ଶୈବପୀଠ ନିକଟରେ ଭିଡ ଲଗାଇଥିବା ଦେଖିବାକୁ ମିଳିଛି । ଏପଟେ କାଉଡିଆଙ୍କ ପାଇଁ ଶୈାଚାଳୟ ବନାଇ ଚର୍ଚ୍ଚାକୁ ଆସିଛନ୍ତି କଟକ ପିଠାପୁର ଅଞ୍ଚଳର ଯୁବକ ପ୍ରଶାନ୍ତ କୁମାର । ନିଜ ଖର୍ଚ୍ଚରେ ମହିଳା କାଉଡିଆଙ୍କ ପାଇଁ ୮ଟି ଶୌଚାଳୟ ଏବଂ କାଉଡିଆଙ୍କ ପାଇଁ ବାହୁଙ୍ଗୀ ଷ୍ଟାଣ୍ଡ ତିଆରି କରିଛନ୍ତି । କଟକ ଗଡ଼ଗଡ଼ିଆ ଘାଟକୁ ଆସୁଥିବା କାଉଡିଆମାନେ ଏହାର ସୁବିଧା ଉଠାଇ ପାରିବେ ।