ପଶ୍ଚିମବଙ୍ଗରେ ପ୍ରଚାର କରିପାରିବେନି ମମତା : ଆଜି ରାତି ୮ ଯାଏଁ ମମତାଙ୍କୁ ପ୍ରଚାର ମନା; ହିନ୍ଦୁ-ମୁସଲି୍ମକୁ ନେଇ ବିବାଦୀୟ ବୟାନ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ

139

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ମାହୋଲ ସରଗରମ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିସନ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଉପରେ କଡା ଆଭିମୁଖ୍ୟ ଆପଣେଇଛନ୍ତି । ନିର୍ବାଚନ ପ୍ରଚାର ଉପରେ ୨୪ ଘଂଟିଆ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କଟକଣା ସୋମବାର ରାତି ୮ଟାରୁ ଆଜି ରାତି ୮ ଯାଏଁ ଲାଗୁ ହୋଇଛି । ଏକ ପ୍ରଚାର ସଭାରେ ମମତା ହିନ୍ଦୁ-ମୁସଲିମ ବୟାନକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଇଲେକସନ କମିଶନ ।