ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କା‌ଳବୈଶାଖୀ ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

409

କନକ ବ୍ୟୁରୋ : ଗତ ୨ ଦିନ ହେଲା ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ତଳକୁ ରହିଥିଲା । ରାଜ୍ୟର କିଛି କିଛି ଜିଲ୍ଲାର ତାପମାତ୍ରା ଅପେକ୍ଷାକୃତ ବଢ଼ିଥିବା ବେଳେ ୨ ଜିଲ୍ଲାର ପାରଦ ୪୦ ଡିଗ୍ରି ସ୍ପର୍ଶ କରିଛି । ବୌଦ୍ଧ ଜିଲ୍ଲାର ବୌଦ୍ଧଠାରେ ଓ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ରାଜ୍ୟର ସ‌ର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ଏହାପରେ ରାଜ୍ୟର ତାପମାତ୍ରା ପ୍ରାୟ ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିବ । ଅନ୍ୟପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କା‌ଳବୈଶାଖୀର ସମ୍ଭାବନା ରହିଛି । ଫଳରେ ତାପମାତ୍ରା ବିଶେଷ ବଢ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ର କହିଛି ଯେ ଅପରାହ୍ନ ଆଡ଼କୁ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାରେ ଏବଂ ୧୪ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ଏହା ପରେ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ ତାରିଖ ପରଠାରୁ ରାଜ୍ୟର ତାପମାତ୍ରା ଧୀରେଧୀରେ ବଢ଼ି ୪୨ ଡିଗ୍ରି ଅତିକ୍ରମ କରିଯିବ ବୋଲି ସୂଚନା ମିଳିଛି । ଗତକାଲି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୮.୯ ଡିଗ୍ରି ରେକର୍ଡ ହୋଇଛି । ଆଜି ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ୩୯ ଡିଗ୍ରି ପାଖାପାଖି ରହିବ । ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନ ଆଡ଼କୁ ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.