ମାଲକାନଗିରିରେ ଗ୍ରାହକଙ୍କୁ ଲୁଟ୍ : ପେଟ୍ରୋଲପମ୍ପରେ ଦିଆଯାଉଛି ପାଣି ମିଶା ଡିଜେଲ

60

ମାଲକାନଗିରି : ତେଲ ଅପମିଶ୍ରଣ ନେଇ ବାରମ୍ବାର ଅଭିଯୋଗ ହୁଏ । ପେଟ୍ରୋଲ ଓ ଡିଜେଲରେ କିରୋସିନି ମିଶାଇ ପେଟ୍ରୋଲ ପମ୍ପ ମାଲିକ ଗ୍ରାହକଙ୍କୁ ଠକୁଥିବା ଚର୍ଚ୍ଚା ହୁଏ । ହେଲେ ଡିଜେଲରେ ପାଣି । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପ ବିରୋଧରେ । ସହରରେ ଥିବା ଶିବମ ଫିଲିଂ ଷ୍ଟେସନ ପେଟ୍ରୋଲ ପମ୍ପରେ ଦିଆଯାଉଛି ପାଣି ମିଶା ଡିଜେଲ । ଗ୍ରହକମାନେ ଗାଡିରେ ଡିଜେଲ ପକାଇ ଯିବାପରେ ନାକେଦମ ହୋଇଛନ୍ତି । କିଛି ବାଟ ଯାଇ ଗାଡି ଅଟକି ଯିବା ପରେ ଡିଜେଲରେ ପାଣି ମିଶିଥିବା ଜଣାପଡିଛି ।  ଲିଟର ଲିଟର ଡିଜେଲ ବାହାର କରାଯାଉଥିବାବେଳେ ଏଥିରେ ଅଧିକ ମାତ୍ରାରେ ପାଣି ଥିବା ଜଣାପଡିଛି । ଗାଡିରେ ଏହି ଡିଜେଲ ପକାଇବା ପରେ ବ୍ରେକ ଡାଉନ ହୋଇଥିବା ଅଭିଯୋଗ କରିଛନ୍ତି କେତେକ ଗ୍ରାହକ । ଏଥିପାଇଁ ପେଟ୍ରୋଲ ପମ୍ପ ମାଲିକଙ୍କଠାରୁ କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି । ତେଲରେ ପାଣି କିପରି ମିଶିଲା ସେ ନେଇ ଶିବମ ପେଟ୍ରୋଲ ପମ୍ପ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।