ନକ୍ସଲ ଅଂଚଳର ଡାକ୍ତରୀ ଝିଅ : ନିଟ୍ ପ୍ରବେଶିକା ପରୀକ୍ଷାରେ ଉର୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବେ ସୁକମା ଜିଲ୍ଲା ଦୋରନାପାଲର ମାୟା କାଶ୍ୟପ୍

25

କନକ ବ୍ୟୁରୋ : ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉର୍ତୀର୍ଣ୍ଣ ହେବା ପରେ ନକ୍ସଲ ଅଚଂଳର ଝିଅ ହେବେ ଡାକ୍ତର । ଛତିଶଗଡ ସୁକମା ଜିଲ୍ଲା ଦୋରନାପାଲ ନକ୍ସଲପ୍ରବଣ ଅଂଚଳର ଝିଅ ମାୟା ଏହି କୃତିତ୍ୱ ହାସଲ କରିଛନ୍ତି । ଦୋରନାପାଲ ଏକ ନକ୍ସଲପ୍ରବଣ ଅଚଂଳର ଝିଅ । ଏଠାରେ ଲୋକେ ସବୁବେଳେ ମାଓ ଭୟରେ ରହିଥାନ୍ତି । ଏଭଳି ଏକ ଅଂଚଳର ଝିଅ ହେବେ ଡାକ୍ତର । ଏଥିପାଇଁ ମାୟା ଆୟୋଜିତ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ମାଲାକାନଗିରି ଜିଲ୍ଲାର ସୀମାନ୍ତ ବ୍ଲକ ପଡିଆକୁ ଲାଗି ରହିଛି ମାୟାଙ୍କ ଘର । ନକ୍ସଲଙ୍କ ଭୟକୁ ଖାତିର ନକରି ମାୟା ପାଠାପଢାରେ ଧ୍ୟାନ ଦେଇଥିଲେ । ଦୋରନାପାଲ ସରକାରୀ ସ୍କୁଲରେ ପାଠ ପଢିଥିବା ଏହି ମେଧାବୀ ଛାତ୍ରୀ ଗତ ଜୁନ ମାସରେ ଏନଇଇଟି ପରୀକ୍ଷା ଦେଇଥିଲେ ।

 

ଏବେ ମାୟା ଅମ୍ବିକାପୁର କଲେଜରେ ପଢିବାରେ ସୁଯୋଗ ପାଇଛନ୍ତି । ୧୦ ବର୍ଷ ବୟସରେ ମାୟା ବାପାଙ୍କୁ ହରାଇଥିଲେ । ସେ ଓ ତାଙ୍କର ଆଉ ୩ ଉଭଣୀଙ୍କୁ ମା ବଡ କଷ୍ଟରେ ପାଳିଥିଲେ । ମାୟା ପିଲାଟିଦିନକୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ । ଆଉ ଲକ୍ଷ୍ୟସ୍ଥଳରେ ପଂହଚିବାକୁ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡିଥିଲା ବୋଲି ସେ କହିଛନ୍ତି । ତେବେ ସେ ବର୍ତ୍ତମାନ ସମୟରେ ଅମ୍ବିକାପୁର ମେଡିକାଲ କଲେଜରେ ପଢ଼ିବାର ସୁଯୋଗ ପାଇଛନ୍ତି। ମାୟା କହିଛନ୍ତି ଯେ, ପାଠ ପଢିବା ପାଇଁ ମୋ ପାଖରେ ବେଶି ସମ୍ଭଳ ବି ନଥିଲା ହେଲେ ତଥାପି ଅନେକ ଦୁଃଖ ଓ କଷ୍ଟରେ ରହି ଆଜି ମୋର ଅନେକ ଦିନ ତଳୁ ଥିବା ସ୍ୱପ୍ନ ତାହା ଆଜି ସାକାର ହୋଇଛି । ମନରେ ଯେଉଁ ପ୍ରକାର ଦମ୍ଭ ରହିଥିଲା ତାହାକୁ ଆଜି ମୁଁ ସଠିକ ଭାବରେ ସମ୍ପୂର୍ଣ୍ଣ କରିପାରିଛି ବୋଲି ମାୟା କହିଛନ୍ତି । ତେବେ ମାୟାଙ୍କ ଡାକ୍ତରୀ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସୀର ଲହରୀ ଖେଳିଯାଇଛି ।