ଆଉ ଡରେଇବନି ଡେଙ୍ଗୁ! ବର୍ଷକ ଭିତରେ ଭାରତକୁ ମିଳିବ ଟିକା । ସିରମ୍ ଚିଫ୍ ପୁନାୱାଲାଙ୍କ ଘୋଷଣା

226

କନକ ବ୍ୟୁରୋ: ମୌସୁମୀ ସହ ମାଡିଆସେ ମ୍ୟାଲେରିଆ ଓ ଡେଙ୍ଗୁ ପରି ଜ୍ୱର । ଏଥିରେ  ଲକ୍ଷ ଲକ୍ଷ ସଂକ୍ରମିତ ହେଉଥିବାବେଳେ କିଛି ଲୋକ ଡେଙ୍ଗୁ ଜ୍ୱରରେ ପ୍ରାଣ ହରାଉଥିବା ଖବର ଆସୁଛି ତେଣୁ ଗତ କିଛି ବର୍ଷ ଧରି ଏହାର ନିରାକରଣ ପାଇଁ ଗବେଷଣା ଚଳାଇଥିଲେ ଭାରତୀୟ ବୈଜ୍ଞାନିକ ଏବଂ ଏବେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟର ବ୍ରେଜ୍ଞାନିକ ଡେଙ୍ଗୁକୁ ନିୟନ୍ତ୍ରଣ କରିବାକୁ ଟିକା ବାହାର କରିବାରେ ସଫଳ ହୋଇଛନ୍ତି । ଏବଂ ବର୍ଷକ ମଧ୍ୟ ଭାରତୀୟଙ୍କ ପାଇଁ ଏହି ଟିକା ଉପଲବ୍ଧ ହେବ ବୋଲି ଘୋଷଣା କରିଛନ୍ତି  ‘ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ଅଧ୍ୟକ୍ଷ ସାଇରସ୍ ପୁନାୱାଲା ।

କରୋନା ପାଇଁ କୋଭିସିଲ୍ଡ ପ୍ରସ୍ତୁତ କରିଥିବା କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଖୁବ୍ ଶୀଘ୍ର ଡେଙ୍ଗୁ ପାଇଁ ଟିକା ପ୍ରସ୍ତୁତ କରିସାରିଛି । ଏହାର ଅଧ୍ୟକ୍ଷ ସାଇରସ୍ ପୁନାୱାଲା କହିଛନ୍ତି ଯେ, ଏହା ବର୍ଷକ ମଧ୍ୟରେ ବଜାରକୁ ଆସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ । ଏହାସହ କମ୍ପାନୀ ଖୁବ୍ ଶୀଘ୍ର ମ୍ୟାଲେରିଆ ପାଇଁ ମଧ୍ୟ ଟିକା ଲଞ୍ଚ କରିବ । ଏହି ଟିକା କେବଳ ଭାରତ ନୁହେଁ ବରଂ ଆଫ୍ରିକାରେ ମଧ୍ୟ ମ୍ୟାଲେରିଆ ନିୟନ୍ତ୍ରଣ କରିବାକୁ ଫଳପ୍ରଦ ହେବ ।