ବାଇକକୁ ଧକ୍କା ଦେଲା ଜିପ୍ : ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର; ଧକ୍କା ହୋଇଥିବା ଉଭୟ ଗାଡି ନମ୍ବର ପ୍ରାୟ ସମାନ

2,342

କନକ ବ୍ୟୁରୋ : ଯେମତି ମୃତ୍ୟୁ ରଚିଥିଲା ଯମ । ଠିକ୍ ସେଭଳି ଏକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା । ଦୁର୍ଘଟଣାରେ ନାବାଳକ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସବୁଠୁ ବଡ଼ କଥା ହେଉଛି ଦୁର୍ଘଟଣା ଘଟାଇଥିବା କଳା ରଙ୍ଗର ଜିପର ନମ୍ବର ଯାହା ବାଇକର ନମ୍ବର ସହ ପ୍ରାୟ ସମାନ ରହିଛି । କାରର ନମ୍ବର ଓଡ଼ି ୧୬ କେ ୦୦୦୦୫ ରହିଥିବା ବେଳେ ବାଇକର ନମ୍ବର ରହିଛି ଓଆର ୧୬ ଇ ୦୦୦୫ । ସୂଚନା ମୁତବାକ, ସୁନ୍ଦରଗଡ଼ ଟାଉନ ଥାନା ସରକାରୀ ମହାବିଦ୍ୟାଳୟ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ପୁଲିସ ଉଭୟ ଗାଡିକୁ ଜବତ କରିବା ସହ କାର ଚାଳକଙ୍କୁ ଅଟକ ରଖିଛି ।