ଆଜିଠୁ ଘଟଗାଁ ମା’ ତାରିଣୀଙ୍କ ୮୭ ତମ ଚଇତି ପର୍ବ । ସୁନାଦେଶରେ ଦର୍ଶନ ଦେବେ ମା’ ।

226

କନକ ବ୍ୟୁରୋ: ଆଜିଠୁ ଘଟଗାଁ ମା’ ତାରିଣୀଙ୍କ ୮୭ ତମ ଚଇତି ପର୍ବ । ସୁନାଦେଶରେ ଦର୍ଶନ ଦେବେ ମାଆ । ମାଜଣା, ସୁନାବେଶ, ଷୋଡଶ ଉପଚାର ପୂଜା, ମଙ୍ଗଳ ଆରତି, ହୋମଯଜ୍ଞ, ନାମ ସଙ୍କୀର୍ତନରେ କମ୍ପୁଛି ଘଟଗାଁ ପୀଠ । ଏଥିପାଇଁ ଘଟଗାଁରେ ତାରିଣୀଙ୍କ ପୀଠରେ ଲାଗିଲାଣି ଭିଡ । ରାଜ୍ୟ ଓ ରାଜ୍ୟ ବାହାର ଅନେକ ଭକ୍ତଙ୍କ ସୁଅ ଛୁଟିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭଜନ ସମାରୋହ, ପାଲା, ପୁରାତନ ଲୋକନୃତ୍ୟ, ପାଇକ ଆଖଡା, ସମ୍ବଲପୁରୀ ନାଚ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଦିନରେ ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ ବ୍ୟବସ୍ଥା କରାଯାଇଛି ।