ମା’ ସମଲେଶ୍ୱରୀଙ୍କ ମହାସ୍ନାନ ଯାତ୍ରା । ସ୍ନାନ କରାଇବାକୁ ଭକ୍ତ ଆଣି ଆସିଛନ୍ତି ଗରା ପାଣି

93

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ମହାସ୍ନାନ ଉତ୍ସବର ଏକ ବିଶେଷ ମହାତ୍ମ୍ୟ ରହିଛି । ଚୈତ୍ର ମାସରେ ହେଉଥିବା ଏହି ଉତ୍ସବରେ ମା’ ସମଲେଶ୍ୱରୀଙ୍କ ଜଳାଭିଷେକ କରାଯାଏ । ବିଶ୍ୱାସ ରହିଛି ମା’ଙ୍କ ଏହି ମହାସ୍ନାନ କଲେ, ରୋଗ, ଦୁଃଖ ଓ ପ୍ରାକୃତିକ ଦୁର୍ବିପାକ ଭଳି ସଂକଟ ଟଳିଯାଏ । ସେଥିପାଇଁ ମନ୍ଦିର କମିଠଟି ପକ୍ଷରୁ ଆୟୋଜିତ ହେଉଥିବା ଉତ୍ସବରେ ଏଥର ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।