ଆଜି ଲୋକସଭା ବାଚସ୍ପତି ନିର୍ବାଚନ ; ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କ ବିରୋଧରେ କେ, ସୁରେଶ ଇଣ୍ଡି ମେଣ୍ଟର ପ୍ରାର୍ଥୀ । ଦିନ ୧୧ଟାରେ ମତଦାନ ।

109

କନକ ବ୍ୟୁରୋ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ଭାରତର ସଂସଦୀୟ ଗଣତନ୍ତ୍ର ଇତିହାସରେ ଚତୁର୍ଥ ଥର ପାଇଁ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ବାଚସ୍ପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟମଧ୍ୟରେ ଲଢେଇ ହେବ । ଏଥିରେ ଓମ୍ ବିର୍ଲା ବନାମ କେ. ସୁରେଶ ଲଢେଇ ଦେଖିବାକୁ ମିଳିବ ।

ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ଏହି ନିର୍ବାଚନରେ ରାଜସ୍ଥାନ କୋଟାରୁ ୩ ଥର ସାଂସଦ ଓମ୍ ବିର୍ଲାଙ୍କର କେରଳର ମାଭେଲିକାରୁ ୮ ଥର ସାଂସଦ ଥିବା କଂଗ୍ରେସ ପ୍ରାର୍ଥୀ କୋଡିକୁନିଲ ସୁରେଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ୪୮ ବର୍ଷ ପରେ ଦେଶରେ ବାସସ୍ପତି ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ଲାଗି ୧୯୭୬ ମସିହାରେ ନିର୍ବାଚନ ହୋଇଥିଲା । ଏହାପରେ ସହମତି ଭିତିରେ ବାଚସ୍ପତି ନିର୍ବାଚନ ହୋଇ ଆସୁଥିଲା । ଏନଡିଏ ମେଣ୍ଟର ସଂଖ୍ୟା ବରିଷ୍ଠତା ଦୃଷ୍ଟିରୁ ଓମ୍ ବିର୍ଲାଙ୍କ ବିଜୟ ସମ୍ଭାବନା ଅଧିକ ରହିଛି । ଅନ୍ୟ ପଟେ ଉଭୟ ବିଜେପି ଏବଂ କଂଗ୍ରେସ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ।