କପିଲ ଶିବଲଙ୍କ ବୟାନକୁ ନେଇ ବଢିଲା ରାଜନୀତି । କହିଲେ, ବିରୋଧୀ ନେତା ଓ ମୁଖ୍ୟମନ୍ତ୍ରୀମାନେ ସମର୍ଥନ ଦେଲେ ….

1,105

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଦଳମାନେ ଏକଜୁଟ ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସମସ୍ତ ବିରୋଧୀଦଳଙ୍କୁ ଏକାଠି କରିବାକୁ ଏବେ କଂଗ୍ରେସ ଅଣ୍ଟା ଭିଡିଛି । ଏନେଇ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିିଲ କପିଲ ଶିବଲ ଏକ ନୂଆ ମଞ୍ଚ ଘୋଷଣା କରିବେ ବୋଲି ଜଣାପଡିଛି । ଅନୁମାନ କରାଯାଉଛି କି କପିଲ ଶିବଲ ବିରୋଧୀ ନେତାଙ୍କ ସଂପର୍କରେ ରହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀ କରି ଶିବଲ କହିଛନ୍ତି କି, ଶିବଲ କହିଛନ୍ତି କି, ଏବେ ଜନତାଙ୍କୁ ସଚେତନ କରିବାର ସମୟ ଆସିଯାଇଛି । ଏହାସହ ଦେଶରେ ଚାଲିଥିବା ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ଶିବଲ ବିଭିନ୍ନ ରାଜ୍ୟରେ ଥିବା ଅଣ ବିଜେପି ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ସହାୟତା ଲୋଡିଛନ୍ତି । ଏମାନଙ୍କୁ ନେଇ ଏକ ରାଷ୍ଟ୍ରୀୟ ଆନ୍ଦୋଳନ କରିବାକୁ କହିଛନ୍ତି ଶିବଲ । ସେ କହିଛନ୍ତି କି, ମାର୍ଚ୍ଚ ୧୧ ତାରିଖରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ସମସ୍ତ ବିରୋଧୀଦଳ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବା କଥା ସେ କହିଛନ୍ତି ।

ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବୁ କାମ ଖରାପ ବୋଲି କୁହାଯାଇପାରିବ ନାହିଁ । ସେ ବିଜେପି ସରକାରର ଡିଜିଟାଲାଇଜେସନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରଶଂସା କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଶିବଲ କହିଛନ୍ତି କି, ସେ ମୋଦୀଙ୍କୁ ବିରୋଧ କରିବାକୁ ଏଠି ବସି ନାହାଁନ୍ତି । ହେଲେ ମାର୍ଚ୍ଚ ୧୧ ତାରିଖରେ ନିଜର ଏଜେଣ୍ଡା ସମସ୍ତଙ୍କ ସାମ୍ନାରେ ରଖିବେ ବୋଲି କହିଛନ୍ତି । ମୋଦୀଙ୍କୁ ବିରୋଧ କରିବା ନୁହେଁ ବରଂ ମୋଦୀଙ୍କ ଭୁଲ କାମକୁ ସୁଧାରିବାକୁ ସେ ସମସ୍ତ ବିରୋଧୀଦଳ ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ସହାୟତା ମାଗିଛନ୍ତି ।