ଅର୍ଚ୍ଚନା ନାଗ ପରି ଆଉ ଜଣେ ମାୟାବିନୀଙ୍କୁ ବାନ୍ଧିଲା ରାଜସ୍ଥାନ ପୋଲିସ । ବିବାହ ପରେ ଟଙ୍କା ହଡ଼ପ କରି ମାରୁଥିଲେ ଚମ୍ପଟ

431

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ପରି ଆଉ ଜଣେ ମାୟାବିନୀଙ୍କୁ ବାନ୍ଧିଲା ରାଜସ୍ଥାନ ପୋଲିସ । ଭୁବନେଶ୍ୱରରେ ରହି ପ୍ରତିଷ୍ଠିତ ବ୍ୟକ୍ତି ବ୍ୟବସାୟୀଙ୍କୁ ଫସାଉଥିଲେ ପ୍ରେମ ଜାଲରେ । ବିବାହ ପରେ ଟଙ୍କା ହଡ଼ପ କରି ମାରୁଥିଲେ ଚମ୍ପଟ । ଏହି ମାୟାବିନୀ ହେଲେ ପ୍ରୀତି ଦେଶାଇ, ତାଙ୍କ ଘର କର୍ଣ୍ଣାଟକରେ । ନିଜକୁ ଉଚ୍ଚଶିକ୍ଷିତାର ପରିଚୟ ଦେଇ ଭୁବନେଶ୍ୱରରେ ରହୁଥିଲେ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ବି ଜଣେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ଲୁଟିଥିଲେ ଏହି ମାୟାବିନୀ । କର୍ଣ୍ଣାଟକର ଜଣେ କପଡ଼ା ବ୍ୟବସାୟୀ ବି ଏହି ମାୟାବିନୀର ପ୍ରେମ ଜାଲରେ ଫସି ବ୍ଲାକମେଲରେ ଅତିଷ୍ଠ ହୋଇ ନିଜ ଜୀବନ ହାରିଥିଲେ । ଘଟଣା ନେଇ ରାଜସ୍ଥାନର କୋଟୱାଲି ଥାନାରେ ଏକ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।