କେତେ ଉପକାରୀ ପାନମଧୁରୀ ! ଜାଣନ୍ତୁ ଏହାର ୫ଟି ଔଷଧିୟ ଗୁଣ

217

ପାନମଧୁରୀ କେବଳ ମସଲାରେ ସୀମିତ ନୁହେଁ । ଏଥିରେ ରହିଛି ବିଭିନ୍ନ ରୋଗ ଉପଶମର ଔଷଧୀୟ ଗୁଣ । ତେବେ ସେ ସଂପର୍କରେ ଆସନ୍ତୁ ଜାଣିବା ।

• ପିଲାଙ୍କଠାରେ ପେଟ ଜନିତ ସମସ୍ୟା ଥିଲେ ପାନମଧୁରୀରୁ ଆରାମ ମିଳିଥାଏ । ତେବେ ୨ ଚାମଚ ପାନମଧୁରୀ ଗୁଣ୍ଡକୁ ୨ କପ ପାଣିରେ ଭଲଭାବରେ ସିଝାଇ । ତାହା ଏକ ଚତୁର୍ଥାଂଶ ହେବା ପରେ ଛାଣି ଥଣ୍ଡା କରି ଦିଅନ୍ତୁ । ଏହାକୁ ଏକ ଏକ ଚାମଚ କରି ଦିନକୁ ୨ରୁ୩ ଥର ଲେଖାଏଁ ପିଅନ୍ତୁ । ଏହାଦ୍ୱାରା ପିଲାର ବଦହଜମି, ବାନ୍ତି ଆଦି ରୋଗ ଦୂର ହୋଇଥାଏ । ବଡମାନେ ମଧ୍ୟ ପାନମଧୁରୀ ଖାଇଲେ ପେଟ ରୋଗରୁ ଆରାମ ମିଳିଥାଏ ।

• ପାନମଧୁରୀକୁ ମିଶ୍ରି ସହିତ ମିଶାଇ ଗୁଣ୍ଡ କରନ୍ତୁ । ପ୍ରାୟ ୫ ଗ୍ରାମ ଗୁଣ୍ଡ ଶୋଇବା ସମୟରେ ଉଷୁମ ପାଣି ସହିତ ପିଅନ୍ତୁ । ଏହା ଦ୍ୱାରା ଗ୍ୟାସ ଏବଂ କନଷ୍ଟିପେଶନ ସହିତ ପେଟର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।

• ପାନମଧୁରୀ ଖାଇଲେ ଆଖିର ରଶ୍ମି ବଢିଥାଏ । ପ୍ରତିଦିନ ଖାଦ୍ୟ ସେବନ ପରେ ଏକ ଚାମଚ ପାନମଧୁରୀ ସେବନ କରନ୍ତୁ । ଅଥବା ଅଧାଚାମଚ ପାନମଧୁରୀ ଗୁଣ୍ଡକୁ ଏକ ଚାମଚ ମିଶ୍ରି ସହିତ ମିଶାଇ ରାତିରେ ଶୋଇବା ବେଳେ କ୍ଷୀର ସହିତ ପିଅନ୍ତୁ । ପାନମଧୁରୀ ଗୁଣ୍ଡ କ୍ଷୀର ପରିବର୍ତ୍ତେ ପାଣି ସହିତ ମଧ୍ୟ ଖାଇ ପାରିବେ ।

• ପେଟ ଦରଜ ହୋଇଥିଲେ ପାନମଧୁରୀ ଭଜା ଚୋବାଇ ଖାଆନ୍ତୁ । ଆରାମ ଲାଗିବ ।

• ପାନମଧୁରୀ ସେବନ କରିବାଦ୍ୱାରା ସ୍ମରଣ ଶକ୍ତି ବଢିଥାଏ । ଏଥିପାଇଁ ପାନମଧୁରୀ ଏବଂ ମିଶ୍ରିକୁ ସମାନ ମାତ୍ରାରେ ମିଶାଇ ଗୁଣ୍ଡ କରନ୍ତୁ । ଖାଦ୍ୟ ଗ୍ରହଣ ପରେ ଏହି ମିଶ୍ରଣରୁ ୨ ଚାମଚ ସକାଳ ଓ ସଂନ୍ଧ୍ୟାରେ ୨ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ ।

ଏହାସହ ମଧ୍ୟ ପଢନ୍ତୁ- ଲକ୍ଷାଧିକ ଟଙ୍କାର ଔଷଧ ଅପେକ୍ଷା ଗୋଟିଏ କଂଚା କଦଳୀ ଶରୀରକୁ ରଖିଥାଏ ସୁସ୍ଥ !