ମେସିନ ଚିହ୍ନିବ ଆପଣଙ୍କ ଅସୁସ୍ଥତା ! ଶୁଙ୍ଘିକରି କହିବ ରୋଗ

33

ଖୁବ୍ ଶୀଘ୍ର ଏପରି ଏକ ମେସିନ୍ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉପଯୋଗ ହେବାକୁ ଯାଉଛି ଯାହା ଦ୍ୱାରା ଜଣାପଡିଯିବ ବ୍ୟକ୍ତି ଜଣକ ରୋଗର ଶିକାର ହୋଇଛନ୍ତି କି ନାହିଁ ଗବେଷକମାନେ ଏହିପରି ଏକ ମେସିନ୍ ଉପରେ ଗବେଷଣା କରୁଛନ୍ତି ଯିଏ ନିଶ୍ୱାସ ପ୍ରଶ୍ୱାସ,ରକ୍ତ ଓ ମୁତ୍ର ମାଧ୍ୟମରେ ରୋଗ ଚିହ୍ନଟ କରିବ ।

ପ୍ରାଚୀନ ୟୁନାନି ପଦ୍ଧତିରେ ବିଶେଷଜ୍ଞମାନେ ଏହି ମେସିନର ତିଆରି କରୁଛନ୍ତି । ଏହି ମେସିନ୍ ମାଧ୍ୟମରେ ନିଶ୍ୱାସ ପ୍ରଶ୍ୱାସରୁ ରୋଗର ସୂଚନା ମିଳିପାରିବ । ଡାକ୍ତରମାନଙ୍କ କହିବା ଅନୁସାରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଏଥିରୁ ଅନେକ ସଫଳତା ମିଳିଛି । ଆଗାମୀ ଦିନରେ ଏହି ମେସିନର ପ୍ରସ୍ତୁତି ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଡାକ୍ତରଙ୍କ ଯୁକ୍ତି ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁରୁ ଏକ ଭିନ୍ନ ଧରôଣ ବାସ୍ନା ଆସିଥାଏ । ଆଉ ରୋଗର ଶୀକାର ହୋଇଥିବା ବ୍ୟକ୍ତିଙ୍କ ପ୍ରଶ୍ୱାସର ବାସ୍ନା ଭିନ୍ନ ଅଟେ । ତେଣୁ ଏହା ମାଧ୍ୟମରେ ରୋଗ କମ୍ ଖର୍ଚ୍ଚରେ ସମ୍ଭବ ହୋଇପାରିବ