ଭେନେଜୁଏଲାରେ ପ୍ରବଳ ବର୍ଷା ସାଙ୍ଗକୁ ଭୁସ୍ଖଳନ: ୨୪ଘଂଟାରେ ୨୫ ମୃତ, ୮୫ ନିଖୋଜ

64

କନକ ବ୍ୟୁରୋ: ପ୍ରକୃତିର ବିତ୍ପାତ ଆଗରେ ଭାଙ୍ଗିପଡିଲାଣି ଭେନେଜୁଏଲା । ହଠାତ ଦକ୍ଷିଣ ଆମେରିକାରିୟ ଦେଶ ଭେନେଜୁଏଲାରେ ପ୍ରବଳ ବର୍ଷା ସାଙ୍ଗକୁ ଭୁସ୍କଳନ  ଦେଖିବାକୁ ମିଳିଛି । ଏହା ଯୋଗୁଁ ଏଠାରେ ଭୟାବହ ସ୍ଥିତି ଦେଖା ଦେଇଛି । କିଛି ଦିନ ହେବ ଭେନଜୁଏଲାର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାବେଳେ ଗତ ୨୪ଘଂଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏଠାକାର ସ୍ଥିତିକୁ ଅଧିକ ସାଂଘାତିକ କରିଛି । ବିଭିନ୍ନ ସ୍ଥାନରେ ପାହଡ ଓ ମାଟି ଅତଡା ଭାଙ୍ଗି ଯୋଗୁଁ ବଡ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ଭାଙ୍ଗିପଡିଛି ଭେନଜୁଏଲା:

• ଭେନଜୁଏଲାର ପ୍ରବଳ ବର୍ଷା, ବନ୍ୟା ଓ ଭୁସ୍ଖଳନ ସମସ୍ୟା ଦେଖାଦେଇଛି

• ଦେଶର ୨୩ ରାଜ୍ୟରୁ ୧୧ରାଜ୍ୟରେ ବନ୍ୟା ଓ ଭୁସ୍ଖଳନ ହୋଇଛି

• ଏବେ ସୁଦ୍ଧା ୨୫ଜଣଙ୍କ ମୃତ୍ୟୁ ଓ ୮୫ଜଣ ନିଖୋଜ ଅଛନ୍ତି

• ୨୦ହଜାର ଉଦ୍ଧାରକାରୀ ଅଧିକାରୀ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି

• ଏକ ଦଶନ୍ଧି ମଧ୍ୟରେ ସବୁଠୁ ବଡ ବନ୍ୟା ଆସିଛି ଦେଶରେ

କେଉଁଠି ଘର ଉପରେ ବଡ ବଡ ପଥର ଖଣ୍ଡ ପଡିଛି ତ ପୁଣି କେଉଁଠି ରାସ୍ତା ଉପରେ ବିଶାଳ ଗଛ ଭାଙ୍ଗିପଡିବା ଯୋଗୁଁ ଯାତାୟତ ବେଶ ବାଧାପ୍ରାପ୍ତ ହୋଇଛି । ଆଉ କିଛି ସ୍ଥାନରେ ଘର ଉପରେ ମାଟି ଅତଡା ଖସିବା ଯୋଗୁଁ ଘର ଗୁଡିକ ମାଟି ତଳେ ପୋତି ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ୨୫ଜଣଙ୍କ ମୃତ୍ୟୁ ଓ ୮୫ଜଣ ନିଖୋଜ ଥିବା ଭେନଜୁଏଲା ସରକାରୀ ଅଧିକାରୀ କହିଛନ୍ତି ।

ଭେନଜୁଏଲା ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ କହିଛନ୍ତି ମୁସଳଧାରାରେ ବର୍ଷା ହେଉଥିବା ଯୋଗୁଁ ୫ଟି ନଦୀରେ ବନ୍ୟା ସମସ୍ୟା ଦେଖାଦେଇଛି । ଗୋଟେ ପଟେ ଭୁସ୍ଖଳନ ଅନ୍ୟପଟେ ବନ୍ୟା । ଏକ ଦଶନ୍ଧି ମଧ୍ୟରେ ଭେନଜୁଏଲା ପ୍ରକୃତିର ସବୁଠୁ ବଡ କରାଳ ରୂପ ଦେଖାଦେଇଛି ।