ପଳାତକ ଲଳିତ ମୋଦୀ ଆରମ୍ଭ କରିବେ କି ଦ୍ୱିତୀୟ ଇନିଂସ । ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତାଙ୍କୁ ବିବାହ କରିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

222

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ । ହେଲେ ଏଥର ନିଜର ପ୍ରେମ ବ୍ୟାପାରକୁ ନେଇ । ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ସହ ଏବେ ପ୍ରେମ ସମ୍ପର୍କରେ ଅଛନ୍ତି ଲଳିତ ମୋଦି । ଏନେଇ ନିଜ ଟୁଇଟରେ କିଛି ଫଟୋ ସେୟାର କରିଛନ୍ତି ଲଳିତ । ତେବେ ଉଭୟ ବିବାହ କରିଥାଇପାରନ୍ତି ବୋଲି ଚର୍ଚ୍ଚା ପରେ ସେ ସ୍ପଷ୍ଟୀକରଣ ରଖିଛନ୍ତି    । ଲଳିତ ଲେଖିଛନ୍ତି ଯେ, ଏଯାଏଁ ଉଭୟ ବିବାହ କରିନାହାନ୍ତି ।

ଡେଟ୍ କରୁଛନ୍ତି ସୁସ୍ମିତା-ଲଳିତ
– ମିସ୍ ୟୁନିଭର୍ସ  ସୁସ୍ମିତା ସେନଙ୍କୁଡେଟ୍ କରିଛନ୍ତି ଲଳିତ ମୋଦୀ
– ସୁସ୍ମିତାଙ୍କ ସହ ନୂଆ ଜୀବନ ଆରମ୍ଭ କରିବା ନେଇ ଲଳିତ ମୋଦୀଙ୍କ ଘୋଷଣା
– ସୁସ୍ମିତାଙ୍କୁ ତାଙ୍କ ପତ୍ନୀ ଭାବେ ସମ୍ବୋଧନ କରିଛନ୍ତି ଲଳିତ
– କେବଳ ଡେଟିଂ କରୁଛନ୍ତି, ବିବାହ କରିନଥିବା ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି
– ଖୁବ୍ ଶ୍ରୀଘ୍ର ସ୍ଥିର ହେବ ଲଳିତ-ସୁସ୍ମିତାଙ୍କ ବିବାହ ତାରିଖ
– ନୂଆ ଜୀବନ ଓ ନୂଆ ଆରମ୍ଭକୁ ନେଇ ବେଶ୍ ଉତ୍ସାହିତ ଲଳିତ ମୋଦୀ
– ଟ୍ୱିଟରରେ ଦୁଇ ଜଣଙ୍କ ପୁରୁଣା ଦିନର କିଛି ଫଟୋ ପୋଷ୍ଟ କରିଛନ୍ତି

ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା
– ୧୯୯୪ରେ ପ୍ରଥମ ଭାରତୀୟ ଭାବେ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ ଜିତିଥିଲେ
– ୧୮ ବର୍ଷ ବୟସରେ ଫେମିନା ମିସ୍ ଇଣ୍ଡିଆ ହୋଇଥିଲେ ସୁସ୍ମିତା
– ପରେ ହିନ୍ଦି ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ
– ୧୯୯୬ରେ ପ୍ରଥମେ ହିନ୍ଦି ଫିଲ୍ମ ‘ଦସ୍ତକ’ରେ ଅଭିନୟ କରିଥିଲେ
– ‘ବିୱି ନମ୍ବର ୱାନ୍, ‘ସିର୍ଫ ତୁମ୍’, ‘ମେଁ ହୁଁ ନା’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ
– ତାମିଲ ଓ ବେଙ୍ଗଲୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ସୁସ୍ମିତା ସେନ୍
– ୨୦୨୦ରେ ଟିଭି ସିରିଜ୍ ‘ଆର୍ଯ୍ୟା’ରେ ନଜର ଆସିଥିଲେ
– ୨୦୨୧ରେ ଏହି ସିରିଜ୍ର ସିଜିନ୍-୨ରେ ପୁଣି ପରଦାକୁ ଫେରିଥିଲେ
– ଦୁଇ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସୁସ୍ମିତା ସେନ୍

ସୁସ୍ମିତାଙ୍କ ପ୍ରେମ କାହାଣୀ
– ୨୦୧୮ରେ ମଡେଲ ରୋମାନ୍ ଶଲଙ୍କ ସହ ସୁସ୍ମିତାଙ୍କ ସମ୍ପର୍କ ଗଢି ଉଠିଥିଲା
– ରୋମାନ୍ସକୁ ସୁସ୍ମିତା ସେନ୍ ଇନଷ୍ଟାଗ୍ରାମରେ ଭେଟିଥିଲେ
– ଉଭୟଙ୍କ ପ୍ରେମକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ହୋଇଥିଲା
– ଗତ ବର୍ଷ ଡିସେମ୍ବରରେ ଉଭୟଙ୍କ ବ୍ରେକ୍ ଅପ୍ ହୋଇଥିଲା
– ପ୍ରଥମେ ସୁସ୍ମିତା ସେନ୍ ଓ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା
– ସୁସ୍ମିତାଙ୍କ ପ୍ରଥମ ଫିଲ୍ମ ‘ଦସ୍ତକ’ର କାହାଣୀ ଲେଖିଥିଲେ ବିକ୍ରମ୍ ଭଟ୍ଟ
– ଏହି ଫିଲ୍ମ ସୁଟିଂ ସମୟରେ ଦୁଇ ଜଣଙ୍କ ମଧ୍ୟରେ ମ୍ପର୍କ ଗଢି ଉଠିଥିଲା
– ପାକିସ୍ତାନୀ କ୍ରିକେଟର ୱାସିମ୍ ଆକ୍ରମଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା
– ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ମଧ୍ୟ ସୁସ୍ମିତା ସେନ୍ଙ୍କ ନାଁ ଯୋଡାଯାଇଛି

ଲଳିତ ମୋଦୀ କିଏ?
– ଲଳିତ ମୋଦୀ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଓ କ୍ରିକେଟ୍ ପ୍ରଶାସକ
– ୨୦୦୫-୧୦ ମଧ୍ୟରେ ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ଥିଲେ
– ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ
– ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ର ଅଧ୍ୟକ୍ଷ ମଧ୍ୟ ଥିଲେ ଲଳିତ ମୋଦୀ
– ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ପ୍ରଥମ ଅଧ୍ୟକ୍ଷ ଥିଲେ ଲଳିତ ମୋଦୀ
– ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କ ନେତୃତ୍ୱରେ ଆଇପିଏଲ୍ ଖେଳାଯାଇଥିଲା
– ୨୦୧୦ରେ ଠକାମୀ ଅଭିଯୋଗରେ ଲଳିତ ମୋଦୀଙ୍କୁ ନିଲମ୍ବିତ କରାଯାଇଥିଲା
– ମନି ଲଣ୍ଡରିଂ ଅଭିଯୋଗ ପରେ ସେ ଦେଶ ଛାଡି ପଳାଇଥିଲେ