ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବଢ଼ୁଛି ଅଡୁଆ : ନିଶା କିମ୍ବା ବିଷ ଦେବା ପରି ୧୬ଟି ସଙ୍ଗୀନ ଦଫା ଲଗାଇଛି ପୋଲିସ

300

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଖଣ୍ଡଗିରି ଥାନାରେ ଯୁବତୀ କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି । ୧୬ଟି ଦଫା ଲଗାଇଛି ପୋଲିସ । ଅର୍ଚ୍ଚନାଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ଏହି ଷୋହଳ ଦଫା ।

ଅପରାଧ ଘଟାଇବା ଉଦ୍ଦେଶ୍ୟରେ ନିଶା କିମ୍ବା ବିଷ ଦେବା ପରି ଦଫା ଲଗାଇଛି ପୋଲିସ । ଡରାଇ ଧମକାଇ ଟଙ୍କା ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ତରଙ୍ଗ ମୁର୍ହୂତର ଫଟୋ ଓ ଭିଡିଓ କରିବା ଭଳି ସଙ୍ଗୀନ ଦଫା ଲାଗିଛି । ନଜର ପକାନ୍ତୁ ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ୧୬ଟି ଦଫା ଉପରେ ।

ଆଇପିସି- ୩୪୧
ବେଆଇନ ଭାବେ ଅଟକ ରଖିବା
୧ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ୫ ଶହ ଟଙ୍କା ଜରିମାନା

ଆଇପିସି- ୩୨୮
ଅପରାଧ ଘଟାଇବା ଉଦ୍ଦେଶ୍ୟରେ ନିଶା କିମ୍ବା ବିଷ ଦେବା
୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା

ଆଇପିସି- ୩୨୪
ମାରଣାସ୍ତ୍ରରେ କ୍ଷତାକ୍ତ କରିବା
ତିନି ବର୍ଷ ଜେଲ ଦଣ୍ଡ ସହ ଜରିମାନା

ଆଇପିସି- ୩୫୪(ସି)
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ କରିବା
୧ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ
ଦ୍ୱିତୀୟ ଥର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା

ଆଇପିସି- ୩୭୦
ମାନବ ଚାଲାଣ କରିବା
୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା

ଆଇପିସି- ୩୮୬, ୩୮୭, ୩୮୮, ୩୮୯
ଡରେଇ ଧମକାଇ ଟଙ୍କା ଆଦାୟ କରିବା
ଆଜୀବନ କାରାଦଣ୍ଡ ସହ ଜରିମାନା

ଆଇପିସି-୪୧୯, ୪୨୦
ଠକେଇ କରିବା, ସମ୍ପତି ହଡପ କରିବା
୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା

ଆଇପିସି- ୪୬୫
ଜାଲିଆତି କରିବା
୨ ବର୍ଷ ଜେଲ ଦଣ୍ଡ ସହ ଜରିମାନା

ଆଇପିସି-୫୦୬
ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ
୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ

ଆଇପିସି-୧୨୦(ବି)
ଅପରାଧୀଙ୍କୁ ସହଯୋଗ କରିବା
୬ ମାସ ଜେଲ ଦଣ୍ଡ ସହ ଜରିମାନା

ଆଇଟି ଆକ୍ଟ- ୬୬(ଇ), ୭୭
ଅଶ୍ଳୀଳ ଫଟୋ ଭାଇରାଲ କରିବା
୩ ବର୍ଷ ଜେଲ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା