ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟରୁ Big Boss ୱିନର୍ । ଚମକାଇଦେବ ଏଲୱିସଙ୍କ ମାସିକ ରୋଜଗାର!

536

କନକ ବ୍ୟୁରୋ: ବିଗ୍ ବସ୍ ଓଟିଟି ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ଭାବେ ଏଣ୍ଟ୍ରି କରିଥିବା ଏଲୱିସ୍ ଯାଦବ ହୋଇଛନ୍ତି ଲୋକପ୍ରିୟ ରିଆଲିଟି ଶୋ ବିଗ ବସର ୱିନର । ଜଣେ ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ଶୋର ବିଜେତା ହେବାରେ ଏହା ହେଉଛି ପ୍ରଥମ ଘଟଣା । ୨୪ ବର୍ଷୀୟ ଏଲୱିସ୍ ଯାଦବ ହରିୟାଣା ଗୁରୁଗ୍ରାମର ବାସିନ୍ଦା । ଜଣେ ଜଣାଶୁଣା ୟୁଟ୍ୟୁବର ଓ ସୋସିଅଲ ମିଡିଆ ଇନଫ୍ଲୁଏନ୍ସର ମଧ୍ୟ । ୨୦୧୬ରେ ନିଜ ୟୁଟ୍ୟୁବ ଯାତ୍ରା ଆରମ୍ଭ କରିଥିବା ଏଲୱିସ୍ ଆଜିକା ଦିନରେ ଜଣେ ପପୁଲାର ସୋସିଆଲ ମିଡିଆ ଷ୍ଟାର । ୟୁଟ୍ୟୁବ ଜରିଆରେ ଏଲୱିସ୍ ରୋଜଗାର କରୁୁଛନ୍ତି ଲକ୍ଷଲକ୍ଷ ଟଙ୍କା ।

ବିଗ୍ ବସ୍ ଜିତିବା ପରେ ଏଲୱିସଙ୍କୁ ମିଳିଛି ୨୫ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ୍ । ଅବଶ୍ୟ ଏଲୱିସଙ୍କ ନିଜସ୍ୱ ରୋଜଗାର ଆଗରେ ଏହା କିଛି ବଡ ନୁହେଁ । କିନ୍ତୁ ବିଗ୍ ବସରେ ଏଲୱିସଙ୍କ ଜିତାବଟ୍ ତାଙ୍କ ଫ୍ୟାନ ବେସକୁ ଅଧିକ ମଜବୁତ୍ କରିଛି । ତାଙ୍କୁ ଆହୁରି ଲୋକପ୍ରିୟ କରିଦେଇଛି । ନିଜ ଲାଇଫଷ୍ଟାଇଲ ଓ ମହଙ୍ଗା ଗାଡି କାରଣରୁ ଚର୍ଚ୍ଚାରେ ରହୁଥିବା ଏଲଓନ୍ସ୍ ପାଖରେ ରହିଛି ଏକାଧିକ ଲଗଜୁରୀ ଗାଡିର କଲେକ୍ସନ୍ । ତାଙ୍କ ପାଖରେ ରହିଛି ୧.୪୧ କୋଟିର ପୋରଚେ ୭୧୮ ବକ୍ସଟର । ତା ସାଙ୍ଗକୁ ପ୍ରାସାଦ ଭଳି ଘର । ଏସବୁ ସେ ୟୁଟ୍ୟୁବରୁ ହୋଇଥିବା ରୋଜଗାରରୁ କରିଛନ୍ତି ।
ଏଲୱିସଙ୍କ କାର କଲେକ୍ସନରେ ରହିଛିPorsche 718 Boxster, Hyundai Verna, ଟୋୟୋଟା ଫର୍ଚୁନର ପରି ଦାମୀ ଗାଡି । ନିକଟରେ ଏଲୱିସ୍ ଗୁଡଗାଓଁରେ ୪ ମହଲା ବିଶିଷ୍ଟ ଘର କିଣିଛନ୍ତି, ଯାହାର ଦାମ ୧୪କୋଟିରୁ ଅଧିକ ହେବ । ୟୁଟ୍ୟୁବ ବ୍ୟତୀତ ଏଲୱିସଙ୍କର ରୋଜଗାରର ଅନ୍ୟ ପନ୍ଥା ବି ରହିଛି । ଏଲୱିସଙ୍କ ମାସିକ ରୋଜଗାର ୧୦ରୁ ୧୫ ଲକ୍ଷ । ଏଭଳି ତାଙ୍କ ନେଟଓର୍ଥ ୪୦ କୋଟିରୁ ଅଧିକ । ଖୁବ୍ କମ୍ ବୟସରେ ବଡ ସାମ୍ରାଜ୍ୟ କରିପାରିଛନ୍ତି ଏଲୱିସ୍ ।

ୟୁଟ୍ୟୁବ୍ କ୍ରିଏଟର୍ସ କଣ୍ଟେଣ୍ଟରୁ ତାଙ୍କୁ ସବାଧିକ ରେଭେନ୍ୟୁ ମିଳେ । ‘ଏଲୱିସ୍ ଯାଦବ ବ୍ଲଗ୍ସ’ ରେ ପ୍ରତିଦିନ ଅପଡେଟ୍ସ ବ୍ଳଗ୍ ପୋଷ୍ଟ କରନ୍ତି । ‘ଏଲୱିସ୍ ଯାଦବ’ ସେ ସର୍ଟ ଫିଲ୍ମ ପୋଷ୍ଟ କରନ୍ତି । ଏହାବ୍ୟତୀତ ସେ ସେଲିବ୍ସଙ୍କ ଭିଡିଓ ବି ପ୍ରସ୍ତୁତ କରି ପୋଷ୍ଟ କରନ୍ତି । ଏଥିପାଇଁ ସେ ଅଧିକ ଲୋକପ୍ରିୟ । ଇନଷ୍ଟାଗ୍ରାମରେ ତାଙ୍କର ୧୩ ମିଲିଅନ୍ ଫଲୋଅର୍ସ ଅଛନ୍ତି ।

ରୋୟାଲ ଜୀବନ ବଞ୍ଚୁଛନ୍ତି ଏଲୱିସ୍ । ଲଗଜରୀ ଗାଡି ରଖିବାରେ ତାଙ୍କର ଭାରି ସଉକ । ନିଜର ବ୍ଲଗିଙ୍ଗସ ଓ ସଉକକୁ ଦେଲେ ଏବେ ବିଗ ବସରେ ତାଙ୍କର ଜିତାପଟ୍ ତାଙ୍କୁ ଆହୁରି ଫେମସ୍ କରିଦେଇଛି ।