ଛୋଟ ପିଲାଙ୍କ ଉପରେ ଆରମ୍ଭ ହେଲା କୋଭିଡ-୧୯ ଟିକା କୋଭାକ୍ସିନର ପରୀକ୍ଷଣ । ୨ ରୁ ୬ ବର୍ଷ ମଧ୍ୟରେ ୫ ଜଣଙ୍କୁ ଦିଆଗଲା ଟିକା

208

କନକ ବ୍ୟୁରୋ :  ଦେଶରେ ଛୋଟ ପିଲାମାନଙ୍କ ଠାରେ କରୋନା ଟିକା ପରୀକ୍ଷଣ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୨ ରୁ ୬ ବର୍ଷ ମଧ୍ୟରେ ୫ ଟି ପିଲାଙ୍କ ଶରୀରରେ ଏହି ଟିକା ଦିଆଯାଇଛି । କାନପୁର ଦେହାତରେ ଜଣେ ଡାକ୍ତର ବି ନିଜ ପିଲା ଦେହରେ ଏହି ଟିକା ପରୀକ୍ଷଣ କରାଇଛନ୍ତି । ପିଲାଟିକୁ ଟିକା ଦିଆଯିବା ପୂର୍ବରୁ ତାର ରକ୍ତ ନମୂନା ନିଆଯାଇଥିଲା ଓ କୋଭାକ୍ସିନ ର ନିୟମ ମୁତାବକ ପିଲାଟିକୁ ଟିକା ଦିଆଯାଇଛି ।

କାନପୁରର ଡାକ୍ତର ଜେ.ଏସ୍ କୁଶୱାହା କହିଛନ୍ତି କି ବର୍ତମାନ ପର୍ଯ୍ୟନ୍ତ ୧୨-୧୮ ବର୍ଷ ମଧ୍ୟରେ  ୨୦ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୬-୧୨ ବର୍ଷ ମଧ୍ୟରେ ୨୦ ଜଣ ଓ ୨-୬ ବର୍ଷ ମଧ୍ୟରେ ୫ ଜଣ ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି । ଟିକା ନେଇଥିବା ସମସ୍ତ ପିଲା ସୁସ୍ଥ ଅଛନ୍ତି ।

ଅନ୍ୟପଟେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତରଫରୁ ପ୍ରସ୍ତୁତ ହେଉଥିବା କୋଭାଭ୍ୟାକ୍ସ ଟିକାକୁ ଜୁଲାଇ ମାସରୁ ପିଲାଙ୍କ ଉପରେ ଟ୍ରାଏଲ କରାଯିବା ନେଇ ସୂଚନା ଦେଇଛି । କୋଭାଭ୍ୟାକ୍ସ ଟିକା ଡେଭଲପ୍ କରିଥିବା ଆମେରିକୀୟ କମ୍ପାନୀ ନୋଭାଭ୍ୟାକ୍ସ ଆମେରିକାରେ କରାଯାଇଥିବା ପରୀକ୍ଷଣ ପରେ ଭଲ ଫଳାଫଳ ମିଳିଥିବା ନେଇ ସୂଚନା ଦେଇକ୍ତି  । ଆମେରିକାର ମେକ୍ସିକୋ ରାଜ୍ୟର ୧୧୯ ଟି ସହରରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା । ଯାହାର ପରିଣାମ ସ୍ୱରୂପ କମ୍ପାନୀ କହିଛି କି ଏହି ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ ।

ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି କି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ପିଲାମାନଙ୍କ ଠାରେ ଲଗାଇବାକୁ ସେପ୍ଟେମ୍ବର ସୁଦ୍ଧା ମଞ୍ଜୁରୀ ମିଳିଯାଇ ପାରେ । ଏହାହସ ଫାଇଜର-ବାୟୋଏନଟେକ ଟିକାକୁ ଭାରତରେ ଯଦି ମଞ୍ଜୁରୀ ମିଳିଗଲା ତେବେ ଏହା ବି ପିଲାମାନଙ୍କୁ କୋଭିଡ ନିରୋଧୀ ଟିକା ଦେବାରେ ଏକ ବିକଳ୍ପ ହୋଇ ପାରିବ ।