କାଶ୍ମୀର ଉପରେ ମୋଦୀଙ୍କ ମହା ବୈଠକ । ପ୍ରଧାନମନ୍ତ୍ରୀଙ୍କ ଆବାସରେ ଉପସ୍ଥିତ ଅଛନ୍ତି ଫାରୁକ-ମେହବୁବାଙ୍କ ସମେତ ଅନ୍ୟ ନେତା । 

268

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଏକ ବୈଠକ ହେବାକୁ ଯାଉଛି । ଏଥିରେ ଜାମ୍ମୁ କାଶ୍ମୀରର ଅନେକ ନେତା ସାମିଲ ଅଛନ୍ତି । ଧାରା ୩୭୦ ଉଠିବା ପରେ କାଶ୍ମୀର ନେତା ମାନଙ୍କ ସହ କେନ୍ଦ୍ର ସରକାରଙ୍କ ଏହା ବଡ ବୈଠକ । ଦିନ ୩ଟାରେ ଏହି ମିଟିଂ ଆରମ୍ଭ ହେବାର ଥିଲା ।

ଏହି ବୈଠକକୁ ନେଇ ଫାରୁକ ଅବଦୁଲ୍ଲା କହିଛନ୍ତି, ବୈଠକର କୌଣସି ଏଜେଣ୍ଡା ନାହିଁ । ଆମେ ଆମ କଥା କହିବୁ, ଆଉ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ତା ଉପରେ କହିବେ । ତେବେ ନେତା ମାନଙ୍କ ବ୍ୟତୀତ ବୈଠକରେ ଅଜିତ ଡୋଭାଲ ମଧ୍ୟ ପହଞ୍ଚିଛନ୍ତି । ତେବେ କାହ ଉପରେ ଆଲୋଚନା କରାଯିବ ତା ଉପରେ ସମସ୍ତଙ୍କ ନଜର ରହିଛି ।